Home ଜିଲ୍ଲା ପରିକ୍ରମା ନାବାଳିକା ଯୌନ ନିର୍ଯ୍ୟାତନା ମାମଲା, ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଜରିମାନା

ନାବାଳିକା ଯୌନ ନିର୍ଯ୍ୟାତନା ମାମଲା, ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଜରିମାନା

32

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ବିଚାର କରି ଭଦ୍ରକର ସ୍ୱତନ୍ତ୍ର ପୋସ୍କୋ କୋର୍ଟର ନ୍ୟାୟାଧୀଶ ମିନତୀ ପଣ୍ଡା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବେଲଦା ଗ୍ରାମର ପ୍ରଣବ କୁମାର ନାୟକ ଓରଫ ବାପୁନୁ (୨୮) ନାମକ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବା ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଘଟଣାରୁ ପ୍ରକାଶ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗଣିଜାଙ୍ଗ ନିକଟ ବେଲଦା ଗ୍ରାମର ରତ୍ନାକର ମଳିକଙ୍କ ପତ୍ନୀ ଅର୍ଣ୍ଣପୂର୍ଣ୍ଣାଙ୍କ ଅଭିଯୋଗ ମୂଳେ ତାଙ୍କ ସ୍ୱାମୀ ଗତ ୨୦୧୮ ମସିହା ଜାନୁଆରୀ ୨୩ ମଧ୍ୟରାତ୍ରରେ ଦିଅର ବିମ୍ବାଧର ମଳିକଙ୍କୁ ଟ୍ରେନ୍‌ରେ ଚଢାଇବା ପାଇଁ ଷ୍ଟେସନ ଯାଇଥିଲେ । ସେମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେ ଏକୁଟିଆ ନିଜ ନାବାଳିକା କନ୍ୟା ସହ ଘରେ ଶୋଇଥିବାବେଳେ ଅଭିଯୁକ୍ତ ପ୍ରଣବ ଘରର ବାଡ ତାଟି ଭାଙ୍ଗି ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲା । ଏହା ଜାଣିପାରି ସେ ଟର୍ଚ୍ଚ ନେଇ ବାହାରକୁ ଆସିବାରୁ ଅଭିଯୁକ୍ତ ଢେଲା ପଥର ଫୋପାଡିଥିଲା । ଏଥିରେ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନର ଚେଷ୍ଟା କରିଥିଲା । ଏଥିରେ ସେ ବାଧା ଦେବାରୁ ତାଙ୍କୁ ଟଣାଓଟା କରି ଅର୍ଦ୍ଧ ଉଲଗ୍ନ କରିଦେଇଥିଲା । ଫଳରେ ଜୀବନ ବିକଳରେ ଦୌଡି ପଡୋଶୀ ବିଜୟ ମହାପାତ୍ରଙ୍କୁ ଫୋନ୍‌ରେ କହିବାରୁ ସେ ସେହି ଗ୍ରାମର ପୀତବାସ ନାୟକ ଓ କରୁଣାକର ରାଉତଙ୍କୁ ଜଣାଇବାରୁ ସେମାନେ ଏକ ମୋଟର ସାଇକେଲ୍‌ରେ ଆସି ପହଞ୍ôଚଥିଲେ ।

ବିଜୟ ନିଜ ପତ୍ନୀ ସହ ଘଟଣାସ୍ଥଳକୁ ଆସିବା ବେଳକୁ ଅଭିଯୁକ୍ତ ବାପୁନୁ ଅଭିଯୋଗକାରୀଙ୍କ ଘରେ ନିଦରେ ଶୋଇଥିବା ତାଙ୍କ ୯ ବର୍ଷର ନାବାଳିକା କନ୍ୟାକୁ ବଳ ପୂର୍ବକ ବିଛଣାରୁ ଉଠାଇ ନେଇ ନିକଟସ୍ଥ ବିଲରେ ଥିବା ଏକ ନିମ୍ବ ଗଛମୂଳେ ବଳାତ୍କାର କରିଥିଲା । ଉପରୋକ୍ତ ବ୍ୟକ୍ତିମାନେ ସେଠାରେ ପହଞ୍ôଚବାକୁ ବେଳକୁ ଅଭିଯୁକ୍ତ ଅନ୍ଧାରର ସୁଯୋଗରେ କେଉଁଆଡେ ଫେରାର ହୋଇଯାଇଥିଲା । ପୀଡିତା କାନ୍ଦି କାନ୍ଦି ସମସ୍ତ କଥା ଜଣାଇବା ପରେ ତା ପରଦିନ ଅଭିଯୋଗକାରିଣୀ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୪୨/୧୮, ଦଫା ୩୭୬, ୩୫୪, ୫୦୬ ଓ ପୋସ୍କୋ ଆଇନ୍‌ର ୬ ଓ ହରିଜନ ଆଦିବାସୀ ନିର୍ଯ୍ୟାତନା ନିରୋଧ ଆଇନ୍‌ର ଦଫା ୩ ମୁତାବକ ଏକ ମାମଲା ରୁଜୁ କରିଥିଲେ । ତଦନ୍ତ ବେଳେ ଗତ ୨୦୧୮ ମସିହା ଜାନୁଆରୀ ମାସ ୨୫ ତାରିଖରେ ଅଭିଯୁକ୍ତକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସେ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଅଟକ ଅଛି । ଆଜି ସ୍ୱତନ୍ତ୍ର ପୋସ୍କୋ କୋର୍ଟ ସ୍ପେଶାଲ କେଶ୍ ନଂ ୬/୧୮ ରେ ଅଭିଯୁକ୍ତଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ବିଚାରପତି ପୀଡିତାଙ୍କୁ ଜରିମାନା ଟଙ୍କା ଦେବାପାଇଁ ନିର୍ଦ୍ଦେଶ ଦେବା ସହ ଜିଲା ଆଇନ୍ ସେବା ପ୍ରାଧିକରଣ ମଧ୍ୟ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁରୂପ ଓଡ଼ିଶା ସରକାରଙ୍କ ପୀଡିତା କ୍ଷତିପୂରଣ ବାବଦ ୪ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ଓ ପ୍ରଦୀପ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.