Home ଓଡ଼ିଶା ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

949

କେନ୍ଦୁଝର, ତା ୧୯ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଏଡିଜେ ଲୋକନାଥ ସାହୁ ଆଜି ଜଣେ ନାବାଳିକା ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ଶଶାଙ୍ଗ ଗ୍ରାମର ଜଣେ ୩ ବର୍ଷର ନାବାଳିକାକୁ ୧୩-୦୧-୨୦୧୭ ତାରିଖରେ ଖେଳୁଥିବା ସମୟରେ ଡାକିନେଇ ତାକୁ ଦୁଷ୍କର୍ମ କରିଥିଲେ। ଫଳରେ ତାଙ୍କର ଅନେକ କ୍ଷତ ହେବା ପରେ ପ୍ରଚଣ୍ଡ ରକ୍ତସ୍ରାବ କାରଣରୁ ନାବାଳିକାର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ରିପୋର୍ଟ ପ୍ରଦାନ କରିଥିଲେ। ଏ ନେଇ ୧୪-୦୧ ୨୦୧୭ ତାରିଖରେ ଚମ୍ପୁଆ ଥାନାରେ ଧାରା ୩୬୩, ୩୭୬-୨(ଏଫ) ୨(ଆଇ) ୩୦୨ ତଥା ଆପିସିର ଧାରା ୨୦୧ ରେ ମାମଲା ରୁଜୁ କରାଯାଇଥିଲା। ଏଥିସହ ଯୋଡି ହୋଇଥିଲା ୬ ପକ୍ସୋ ଆକ୍ଟ। ଆଜି ଏଡିଜେ ସ୍ପେସାଲ ପକ୍ସୋ କୋର୍ଟ ବିଚାର କରି ଅଭିଯୁକ୍ତ ସୁନିଲ ନାଏକଙ୍କୁ ଧାରା ୩୬୩, ୨୦୧ ଧାରା ପାଇଁ ୭ ବର୍ଷ ୫ ହଜାର ଟଙ୍କା, ୩୭୬ ଧାରା ପାଇଁ ଆଜୀବନ ଓ ୧୦ ହଜାର ଟଙ୍କା ଓ ଅନାଦେୟ ଏକବର୍ଷ ସହ ୩୦୨ରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.