Home ଅପରାଧ ନାବାଳିକା ଅପହରଣ ମାମଲାରେ ୨ କୋର୍ଟ ଚାଲାଣ

ନାବାଳିକା ଅପହରଣ ମାମଲାରେ ୨ କୋର୍ଟ ଚାଲାଣ

151

ଯାଜପୁର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଜିଲ୍ଲାର ପାଣିକୋଇଲି ଥାନା ଛୋଟରାୟପୁର ଗ୍ରାମର ହରେକୃଷ୍ଣ ପାଢୀ ଗତ ପେବୃଆରୀ ୨୩ ତାରିଖ କରିଥିବା ଅଭିଯୋଗ ମୁତାବକ ତାଙ୍କ ଝିଅ ଯେକି ଶଙ୍ଖଚିଲା ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ସକାଳୁ ପ୍ରତିଦିନ ପରି ଖମଣ ଗ୍ରାମକୁ ଟିଉସନ ଯାଇଥିଲା । ମାତ୍ର ୮ଟା ସମୟରେ ସେ ଟିଉସନ କାହିଁକି ଯାଇନି ବୋଲି ଟିଉସନ ସାର ଫୋନ କରିବା ପରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ଖୋଜଖବର ନମିଳିବାରୁ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ୫୧/୨୦ ରୁଜ୍ଜୁ କରି ତଦନ୍ତ ବେଳେ ବଢେଇଟିକର ଗ୍ରାମର ଚନ୍ଦନ ମାଝୀ ତାକୁ ଅପହରଣ କରିଥିବାର ପରିବାର ଲୋକ ଅଭିଯୋଗ ମୁତାବକ ଯାଣିବାକୁ ପାଇଥିଲେ ।

 

ତଦନ୍ତ ସମୟରେ ସେମାନେ କେୁଉଁଝର ଜିଲ୍ଲା କାଶିପୁର ଅଂଚଳରେ ଥିବା ଜଣାପଡିଥିଲା ୩ଟି ବାଇକରେ ଜଣେ ମହିଳାଙ୍କ ସମେତ ୭ ଜଣ ପଳାଇ ଆସି କୁଆଖିଆ ମଧୁବନରେ ପହଂଚି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପରିବାର ପକ୍ଷରୁ ସେମାନଙ୍କ ଅଟକାଯାଇଥିଲା । ସୂଚନା ପାଇ କୁଆଖିଆ ଓ ପାଣିକୋଇଲି ପୁଲିସ ସେଠାରେ ପହଂଚିଥିଲେ । ପୋଲିସ ଭୟରେ ସେମାନେ ଝିଅକୁ ଛାଡି ଗାଏବ ହୋଇଯାଇଥିଲେ । ହେଲେ ନାବାଳିକା ଉଦ୍ଧାର ହୋଇଥିଲା । ନାବାଳିକାର ସୂଚନା ମୁତାବକ ଶଙ୍ଖଚିଲା ବଢେଇ ଟିକର ଗ୍ରାମର ଚନ୍ଦନ ମାଝୀ ତାର ସହଯୋଗୀଙ୍କ ସହ ତାକୁ ନେଇଯାଇଥିଲେ । ବେଣାପୁର ଛକରେ ଦୋକାନ କରିଥିବା ବିକାଶ ଦୋକାନରୁ ତାକୁ କେକ ଖାଇବାକୁ ଦେଇଥିଲା । ଫଳରେ ସେ ଚେତାଶୁନ୍ୟ ହୋଇଥିଲା । ଚେତା ଫେରିବା ପରେ ଏକ ଘର ଭିତରେ ଥିବା ସେ ଜାଣିବାକୁ ପାଇଥିଲା । ମୋଟ ୭ଜଣ ଏହି ଗ୍ରୁପରେ ସାମିଲ ଥିବା ବେଳେ ପୁତୁଲି ନାନୀ ବୋଲି ଜଣେ ମହିଳା ଓ ମନୋଜ ନାମକ ଏକ ଯୁବକ ସେଥିଲେ ସାମିଲ ଥିବା ନା ବାଳିକା ପ୍ରକାଶ କରିଥିଲା । ପୁଲିସ ମାମଲାର ତଦନ୍ତ ଜାରି ରଖି ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ତାର ଦୁଇ ସହଯୋଗୀ ତାଙ୍କ ଗ୍ରାମର ଜଗନ୍ନାଥ ପାଢୀଙ୍କ ପୁଅ ମନୋଜ(୨୮) ଓ କରୁଣାକର ବାରିକଙ୍କ ପୁଅ ବାଇଆ ଓରଫ ସେନ୍ତରା ଓରଫ ସୁରେଶ(୨୦) କୁ ଗିରଫ କରି । ଦଫା ୩୬୩, ୩୭୬(ବି), ୨୯୪, ୩୨୩, ୫୦୬, ୧୦୯, ୩୪ ଆଇପିସି, ୭ ପୋସ୍କୋ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.