Home ଜିଲ୍ଲା ପରିକ୍ରମା ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ

ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ

18

ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଦଳାଙ୍ଗ ପଂଚାୟତ ବିରୁହାଁ ଗ୍ରାମର ମନୋଜ ଯେନା(୪୬) ନିକଟସ୍ଥ ଡ଼ାହି ଗ୍ରାମର ଜଣେ ୧୪ ବର୍ଷୀୟ ନାବାଳିକାକୁ ବିବାହ ସହିତ ବିଭିନ୍ନ ମିଛ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା। ସଂପୃକ୍ତ ନାବାଳିକାକୁ ବିଭିନ୍ନ ସ୍ଥାନରେ ରଖି ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। ଏନେଇ ଥାନାରେ ଝିଅର ବାପାଙ୍କ ଲିଖିତ ଅଭିଯୋଗ କ୍ରମେ ଧାମନଗର ପୋଲିସ ଘଟଣା ଉପରେ ନଜର ରଖିଥିଲା। ଚୁଡ଼ାକୁଟି ନାରାୟଣପୁର ଅଞ୍ଚଳର ଉଭୟ ଚାଲିଚାଲି ଯାଉଥିବା ବେଳେ ସେଠାରେ କିଛି ଯୁବକ ଏହି ଦୁଇଜଣଙ୍କୁ ଦେଖି ସନ୍ଦେହ ହେବାରୁ ଧାମନଗର ଥାନାକୁ ଖବର ଦେଇଥିଲେ। ଖବର ପାଇ ଧାମନଗର ଥାନାଧିକାରୀ ଗୋପାଳକୃଷ୍ଣ ଜେନାଙ୍କ ନିର୍ଦ୍ଦେଶର ଏସଆଇ ରଶ୍ମିତା ମଲ୍ଲିକ ଦୁଇ ଜଣଙ୍କୁ ଥାନାକୁ ଆଣି ଘଟଣାର ସଂପର୍କରେ ପଚରା ଉଚରା ପରେ ତାଙ୍କ ନାମରେ ପୂର୍ବରୁ ଅପହରଣ କେଶ ଥିବାରୁ ଘଟଣା ଜଣାପଡିବା ପରେ ଉଭୟ ଙ୍କୁ ଡାକ୍ତରୀମାଇନ କରି ନାବାଳିକା ଝିଅକୁ ତା ବାପାଙ୍କୁ ଜୀମା ଦେଇଥିବା ବେଳେ ଯୁବକକୁ ଥାନା କେସ ନଂ ୧୫୮/୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଆଜି ନାବାଳିକାକୁ ସୁଧାର ଗୃହକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.