Home ଜିଲ୍ଲା ପରିକ୍ରମା ନାବାଳିକା ଅପହରଣ ଅଭିଯୋଗ, ନିଜ ଝିଅକୁ ପାଇବାକୁ ଥାନାର ଦ୍ୱାରସ୍ଥ

ନାବାଳିକା ଅପହରଣ ଅଭିଯୋଗ, ନିଜ ଝିଅକୁ ପାଇବାକୁ ଥାନାର ଦ୍ୱାରସ୍ଥ

9
CREATOR: gd-jpeg v1.0 (using IJG JPEG v62), quality = 70

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଫାଣ୍ଡି ଅଧିନସ୍ଥ ଉତୁକୁଡା ପଂଚାୟତର ନଳିତାଗାଡ଼ିଆ ଗାଁ ର ଦୟାନିଧି ବଳ ଙ୍କ ୧୫ ବର୍ଷ ର ନାବାଳିକା ଝିଅ ୩୦ତାରିଖ ରାତିରେ ଅପହରଣ ହୋଇଥିବା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସିଙ୍ଗିଟି ଗ୍ରାମର ଦୁଇ ଜଣ ଯୁବକ ସମ୍ପୃକ୍ତ ନାବାଳିକା ଝିଅ କୁ ଅପହରଣ କରିନେଇଥିବା ଚାନ୍ଦବାଲି ଥାନାରେ ଝିଅର ଭାଇ ଦଶରଥ ବଳ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା କୁ ଚାରି ଦିନ ଘଟିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଦୋଷୀ ଙ୍କୁ ଗିରଫ କରି ଝିଅ କୁ ଉଦ୍ଧାର କରିପାରିନାହଁ । ଘଟଣା ସମ୍ପର୍କରେ ଭାଜପା କୃଷକ ମୋର୍ଚ୍ଚା ଜିଲା ସଭାପତି ଅଶୋକ କୁମାର ରାଉଳ ଭଦ୍ରକ ଏସ, ପି ମନୋଜ କୁମାର ରାଉତଙ୍କୁ ଚିଠି ଲେଖି ତୁରନ୍ତ ଆସାମୀଙ୍କୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିବା ପାଇଁ ଲିଖିତ ଦାବୀ ଜଣାଇଛନ୍ତି । ଘଟଣା ସମ୍ପର୍କରେ ଚାନ୍ଦବାଲି ଆଇ, ଆଇ, ସି ପରେଶ କୁମାର ମହାନ୍ତି କହିଛନ୍ତି ଆମେ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛୁ, ତୁରନ୍ତ ଆସାମୀ ମାନଙ୍କୁ ଗିରଫ କରାଯିବା ସହ ନାବାଳିକା କୁ ପରିବାରକୁ ହସ୍ତାନ୍ତରିତ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.