Home ଅପରାଧ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ

191

ମୟୂରଭଞ୍ଜ, ତା ୧୩ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଖବର ଅନୁଯାୟୀ ବାରିପଦା ଟାଉନଥାନା ଅନ୍ତର୍ଗତ ମଧୁବନସ୍ଥିତ ଏକ ଗ୍ୟାରେଜରେ ଘଟିଛି ଏଭଳି ଅମାନବୀୟ ଘଟଣା । ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ବାରିପଦା ସହରର ଜଣେ ୧୩ ବର୍ଷୀୟ ନାବାଳିକାକୁ କୌଣସି କାମ ବାହାନାରେ ୩ଜଣ ବନ୍ଧୁ ସ୍ଥାନୀୟ ଏକ ଗ୍ୟାରେଜକୁ ଡାକି ନେଇଥିଲେ । ସେଠାରେ ଜବରଦସ୍ତ ରାତି ତମାମ ଅଟକାଇ ୩ଜଣ ବନ୍ଧୁ ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ଭୋର ପ୍ରାୟ ୩ଟା ସମୟରେ ଛାଡି ଦେଇଥିଲେ । ଝିଅଟି ଘରେ ଆସି ସମସ୍ତ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ଟାଉନଥାନାରେ ଏବାବଦରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଅଭିଯୋଗ ହେବାର ମାତ୍ର ଦେଢଘଣ୍ଟା ମଧ୍ୟରେ ୩ଜଣ ଅଭିଯୁକ୍ତଙ୍କୁ ବାରିପଦା ଟାଉନ୍ ପୋଲିସ ଗିରଫ୍ କରିଥିବା ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.