Home ଜିଲ୍ଲା ପରିକ୍ରମା ନାବାଳିକାକୁ ବଳାତ୍କାର କରି ସଂପର୍କୀୟ ଫେରାର

ନାବାଳିକାକୁ ବଳାତ୍କାର କରି ସଂପର୍କୀୟ ଫେରାର

36

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ଥାନାରେ ହୋଇଥିବା ଏକ ଅଭିଯୋଗ ମୂଳେ ହଜାରିନଗର ଅଂଚଳର ଜନୈକା ନାବାଳିକାକୁ ବଳାତ୍କାର କରି ଜଣେ ସଂପର୍କୀୟ ଫେରାର ହୋଇଯାଇଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ଗ୍ରାମର ଏନାୟତ ଖାଁ ସଂପୃକ୍ତ ନାବାଳିକା ନିଜ ମା’ ଓ ସାନଭାଇ ସହିତ ରହୁଥିବାବେଳେ ବାରମ୍ବାର ଘରକୁ ଯିବାଆସିବା କରିବା ମଧ୍ୟରେ ଖୋର୍ଦ୍ଧା ଜିଲାର କାଇପଡା ଅଂଚଳକୁ ନେଇ ନିକାହ କରାଇଥିଲା । ଏବଂ ତାକୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ରଖି ବଳାତ୍କାର କରିବା ସହ ସେହି ସମୟର ଭିଡିଓ ମଧ୍ୟ କରି ପରବର୍ତୀ ସମୟରେ ତାକୁ ଦେଖାଇ ଏକାଧିକବାର ଯୌନ ପିପାସା ମେଂଟାଇଥିଲା । ତେବେ ଏହି ଘଟଣା ଗତ ଜୁନ୍ ମାସର ହୋଇଥିବାବେଳେ ଭୟରେ ନୀରବ ଥିବା ନାବାଳିକାଟି ତାର ମାମୁଁଙ୍କୁ ଏ ବିଷୟରେ ଜଣାଇଥିଲେ । ଫଳରେ ମାମୁଁ ସ୍ଥାନୀୟ କେତେକ ଭଦ୍ରଲୋକଙ୍କୁ ଡାକି ମୁସ୍‌ଲିମ୍ ସରିୟାତ ଅନୁସାରେ ନିକାହ ହୋଇନଥିବାରୁ ତାହାକୁ ଖାରଜ କରାଯାଇଥିଲା । ପରବର୍ତୀ ସମୟରେ ଅଭିଯୁକ୍ତ ବିରୁଦ୍ଧରେ ନାବାଳିକାର ମାମୁଁ ଗତ ୧୧ ତାରିଖରେ ଜିଲା ଶିଶୁ ମଙ୍ଗଳ ସମିତିରେ ପହଂଚି ଆଇନ୍‌ର ଆଶ୍ରୟ ନେଇଥିଲେ । ଫଳରେ ଶିଶୁ ମଂଗଳ ସମିତି ପକ୍ଷରୁ ମାମଲାର ଗୁରୁତ୍ୱକୁ ଉପଲବ୍ôଧ କରି ନାବାଳିକା ଜଣକୁ କାଉନ୍‌ସେଲିଂ ଲାଗି ଭଦ୍ରକର ସ୍ୱଳ୍ପ ରହଣି କେନ୍ଦ୍ର ଆସିୟାନାକୁ ପଠାଯାଇଥିଲା । ଏବଂ ତାର ମା’କୁ ମଧ୍ୟ ଜାଗୃତି ସ୍ୱଳ୍ପ ରହଣି କେନ୍ଦ୍ରରେ ରଖାଇବାର ବ୍ୟବସ୍ଥା କରାଯାଇଥିଲା । ଯାହା ଜଣାଯାଏ ସଂପୃକ୍ତ ନାବାଳିକା ଜଣକ ଅଭିଯୁକ୍ତଙ୍କ ଧମକ ଚମକରେ ଭୟଭୀତ ହୋଇ ଚୁପ୍ ରହିଥିବାବେଳେ ଆସିୟାନାରେ ରହିବା ପରେ ସମସ୍ତ ଘଟଣା ସଂପର୍କରେ ମୁହଁ ଖୋଲିଥିଲା । ପରବର୍ତୀ ସମୟରେ ଚାଇଲ୍ଡ ଲାଇନ୍ ସଂଯୋଜକ ଓ ଆସିଆନାର କର୍ମକର୍ତାଙ୍କ ସହଯୋଗରେ ନାବାଳିକା ଜଣକ ସହରାଂଚଳ ଥାନାରେ ପହଂଚି ଅଭିଯୋଗ ଦାଖଲ କରିଛନ୍ତି । ପୁଲିସ୍ ପେସ୍କୋ ଆଇନ୍ ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.