Home ଅପରାଧ ନାବାଳିକାକୁ ଛଅ ଦିନ ଧରି ନିଜ ଘରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ କୋର୍ଟ...

ନାବାଳିକାକୁ ଛଅ ଦିନ ଧରି ନିଜ ଘରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

483

ବଲାଙ୍ଗୀର, ୧୫-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସୂଚନା ଅନୁସାରେ, ଉକ୍ତ ନାବାଳିକା ଜଣକ ଗତ ୫ତାରିଖ ରାତିରେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ନିଖୋଜ ହେବାର ୬ଦିନ ପରେ ପୁଲିସ ନାବାଳିକାକୁ ନିଜ ଗାଁ ର ଅଭିଯୁକ୍ତର ଘରୁ ଉଦ୍ଧାର କରିଥିଲା। ଉଭୟେ ପ୍ରେମିକ, ପ୍ରେମିକା ଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ପୁଲିସ ବିଳାସପୁର ଗାଁ ର ମଦନ ଭୁଏ ନାମକ ଯୁବକ କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ କୋର୍ଟ ଚାଲାଣ କରିଛି। ନାବାଳିକାର ବୟାନ ରେକର୍ଡ ପରେ ଉଭୟଙ୍କୁ ଡାକ୍ତରୀ ମାଇନା କରି ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଜାମିନ ନାମଞ୍ଜୁର ହୋଇ ଥିବା ବେଳେ ଜିଲ୍ଲା କାରାଗାର ରେ ଉକ୍ତ ଅଭିଯୁକ୍ତକୁ ପଠା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.