Home ଜିଲ୍ଲା ପରିକ୍ରମା ନାବାଳକ ଠାରୁ ଚୋରା ସୁନା ଅଳଙ୍କାର କିଣି ଦୋକାନୀ ଗିରଫ

ନାବାଳକ ଠାରୁ ଚୋରା ସୁନା ଅଳଙ୍କାର କିଣି ଦୋକାନୀ ଗିରଫ

13

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ ପୀରହାଟ ଥାନା ଅଧୀନରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳକ ଠାରୁ ଚୋରି ଅଳଙ୍କାର କିଣି ସୁନା ଦୋକାନୀ ଗିରଫ ହୋଇଛି। ଏବଂ ଉକ୍ତ ଚୋରିରେ ସଂପୃକ୍ତ ସିନ୍ଦୋଳ ଗ୍ରାମର ଜଣେ ନାବାଳକଙ୍କୁ ପୁଲିସ୍ ଅନୁଗୁଳ ସ୍ଥିତ ସୁଧାର ଗୃହରେ ଛାଡିଥିବାବେଳେ ଚୋରା ଅଳଙ୍କାର କିଣିଥିବା ପୀରହାଟ ବଜାରରେ ଥିବା ସୁନା ଦୋକାନୀ ତଥା ଦୌଲତପୁର ଗ୍ରାମନିବାସୀ ମହେଶ୍ୱର ସାହୁଙ୍କୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଛି। ପୀରହାଟ ଥାନାଧିକାରିଣୀ ରୋଜାଲିନ୍ ବେହେରାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ସିନ୍ଦୋଳ ପଂଚାୟତ ଘାଟିଆସାହି ଗ୍ରାମନିବାସୀ ତ୍ରିନାଥ ଦାସଙ୍କ ଘରୁ ସୁନା ଅଳଙ୍କାର ଚୋରି ହୋଇଥିଲା। ଏହି ଘଟଣାରେ ଶ୍ରୀ ଦାସଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏବଂ ଏହି ଘଟଣାରେ ଶ୍ରୀ ଦାସଙ୍କ ଜଣେ ସଂପର୍କୀୟ ନାବାଳକର ସଂପୃକ୍ତି ଜାଣିବାକୁ ପାଇଥିଲା। ତଦନ୍ତରେ ପୁଲିସ୍ ନାବାଳକ ଜଣକ ଉକ୍ତ ସୁନା ଅଳଙ୍କାରକୁ ଅଭିଯୁକ୍ତ ସୁନା ଦୋକାନୀ ମହେଶ୍ୱରଙ୍କୁ ବିକ୍ରି କରି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇଥିବାର ଜାଣିବାକୁ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.