Home ଜିଲ୍ଲା ପରିକ୍ରମା ନାନ୍ଦପୁର ଗାଁରେ କଙ୍ଗାରୁ କୋର୍ଟ ପ୍ରସଙ୍ଗ, ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ

ନାନ୍ଦପୁର ଗାଁରେ କଙ୍ଗାରୁ କୋର୍ଟ ପ୍ରସଙ୍ଗ, ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ

15

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତି ଭିତିକ ପ୍ରଥାକୁ ନେଇ ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧିନସ୍ଥ ନାନ୍ଦପୁର ଗାଁରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ। ଗାଁରେ ୨ଜାତି ମଧ୍ୟରେ ବିବାଦ ଯୋଗୁ ଜୋରିମାନା ଚିନ୍ତା ଓ ନିଆଁ ପାଣି ବନ୍ଦକୁ ନେଇ ମାନସିକ ଭାରସାମ୍ୟ ହରାଇ ବିଶ୍ୱ ନାଥ ଦାସ ଜୀବନ ହାରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ପରାମର୍ଶ କ୍ରମେ ଆରଡି ଫାଣ୍ଡି ଅଧିକାରୀ ପହଁଚି ମୃତ ବିଶ୍ୱନାଥଙ୍କ ପରିବାରକୁ ଭେଟି ସମସ୍ତ କଥା ପଚାରି ବୁଝିଥିଲେ। ଏପରିକି ଜାଣିବାକୁ ପାଇଥିଲେକି ଗାଁରେ ୨ ସାହି ଖଣ୍ଡାୟତ ଓ ଗୋପାଳ ସାହି ମଧ୍ୟରେ ଦୀର୍ଘ ୬ମାସ ତଳେ ଏକ ବିବାଦ ଉପୁଜିଥିଲା। ଯାହାକୁ ନେଇ ଗୋପାଳସାହିରେ ବୈଠକ ଡକାଯାଇ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲାକି ଗୋପାଳସାହିର କୌଣସି ପରିବାର ବା ବ୍ୟକ୍ତି ବିଶେଷ ଖଣ୍ଡାୟତସାହିରେ ଥିବା ଦୋକାନରୁ ଜିନିଷପତ୍ର କ୍ରୟ ବିକ୍ରୟ କରିବା ତାଙ୍କ ଘରକୁ ଯିବା ଆସିବା ଆଦି ବାରଣ କରାଯାଇଥିବା ବିଶ୍ୱନାଥଙ୍କ ଝିଅ ପ୍ରାଥମିକ ତଦନ୍ତରେ କହିଥିଲେ। ହେଲେ ବିଶ୍ୱନାଥ ଗତ ରବିବାର ଦିନ ଖଣ୍ଡାୟତସାହିରୁ ଟ୍ରାକ୍ଟର ଆଣି ହଳ କରିବାରୁ ଉକ୍ତ ଦିନ ସଂଧ୍ୟାରେ ସାହିର ମୁରବିମାନେ କଙ୍ଗାରୁ କୋର୍ଟ ବସାଇ ବିଶ୍ୱନାଥଙ୍କର ଏପରି କାର୍ଯ୍ୟ ପାଇଁ ୫ହଜାର ଟଙ୍କା ଜୋରିମାନା କରିବା ସହ ୩ଦିନ ମଧ୍ୟରେ ଦେଇ ନପାରିଲେ ନିଆଁପାଣି ବାସନ୍ଦ କରାଯିବ ବୋଲି ରୋକଠୋକ ଭାବେ ଜଣାଇଥିଲେ। ଏପରିକି ସାହିର ଅନ୍ୟ ୧୦ଜଣଙ୍କୁ ମଧ୍ୟ ୫ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଥିବା ନିରଞ୍ଜନ ଦାସଙ୍କ ସ୍ତ୍ରୀ କହିଛନ୍ତି। ଗାଁର ଜଣେ ବୟ୍ୟେଜ୍ୟେଷ୍ଠ ଲୋକ ନିଜର ନାମ ଗୋପନ ରଖି କହିଛନ୍ତିକି ଏପରି କଥା ଚିନ୍ତା କରି ବିଶ୍ୱନାଥ ଭାଙ୍ଗି ପଡିବା ସହ ବୈଠକରୁ ଆସିବା ପରେ ଘର ପିଣ୍ଢା ସାମ୍ନାରେ ପଡିଯାଇଥିଲେ। ସୋମବାର ହଠାତ ଛାତିରେ ଯନ୍ତ୍ରଣା ହେବା ସହ ବାନ୍ତି ହେବାରୁ ତାଙ୍କୁ କଟକ ମେଡିକାଲକୁ ନିଆଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଶୁକ୍ରବାର ବିଶ୍ୱନାଥଙ୍କ ମର ଶରୀରକୁ ଆଣି ସାହି ଲୋକ ତରବରିଆ ଭାବେ ଗାଁ ଶଶ୍ମାନରେ ପୋଡି ଦେଇଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସନ୍ଧେହ ଘେରକୁ ଆସିଥିଲା। ଫଳରେ ବିଶ୍ୱନାଥଙ୍କ ଝିଅ ଓ ପରିବାର ଲୋକ ସାହି ମୁରବିଙ୍କ ଭୟରେ ମୁହଁ ଖୋଲୁ ନାହାନ୍ତି। ସାହିର କିଛି ପ୍ରଭାବଶାଳି ଲୋକଙ୍କ ଧମକ ଅନୁଯାୟୀ ଖଣ୍ଡାୟତ ସାହି ଲୋକଙ୍କର ହଳ ବୁଳାଇବା, ଘର ପିଣ୍ଡାରେ ବସିବା, ତାଙ୍କ ଦୋକାନରୁ ଜିନିଷପତ୍ର କିଣାବିକା କରିବା, କଳରେ ଧାନ ପେସିବା ଆଦି କଲେ ସାହିରୁ ବାଛନ୍ଦ ହେବା ସହ ନିଆଁପାଣି ବନ୍ଦ କରାଯାଇଥିବା କହିଛନ୍ତି ନିରଞ୍ଜନ ଦାସଙ୍କ ପତ୍ନୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.