ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଅଧିନସ୍ତ ଗଭରପୁର ହରିଜନ ସାହିର ନିଶାକର ଯେନାଙ୍କ କନ୍ୟା ପୁଷ୍କଲତା । ବାପା ତାଙ୍କୁ ପାଠ ପଢ଼ାଇ ଉପଯୁକ୍ତ ବୟସ ହେବାରୁ ତାର ବିବାହ ଦେଇିଥିଲେ କେନ୍ଦୁଝର ଜିଲାର ଆମ୍ବଗଢ଼ିଆ ଗ୍ରାମକୁ । ବୃଦ୍ଧ ପିତା ମାତା ଙ୍କର ବହୁଆଶା ଝିଅ ଶାଶୁ ଘରେ ସୁଖରେ ରହି ଘର ସଂସାର କରିବ । ବୃଦ୍ଧା ଅବସ୍ଥାରେ ଆମ୍ଭର ଦୁଃଖ ଟିକେ ବୁଝିବ । କିନ୍ତୁ ତାଙ୍କର ଆଶା ଆଶାରେ ହିଁ ରହିଥିଲା ।ବିବାହ ପରେ ଦୁଇ ଗୋଟି ପୁତ୍ରସଂନ୍ତାନ ର ଜନନୀ ହୋଇମଧ୍ୟ ଯୈାତୁକ ରାକ୍ଷାସ କବଳରୁ ପଷ୍ପଲତା ମୁକ୍ତିପାଇନଥିଲା । ତାଙ୍କର ସ୍ୱାମୀ ଙ୍କସହ ପରିବାର ସଦସ୍ୟ ମାନେ ଅଧିକ ଯୌତୁକ ଦାବିକରି ତାଙ୍କୁ ନାନା ଶାରୀରିକ ଓ ମାନସୀକ ନିର୍ଯ୍ୟାତନା ଦେଇଥିଲେ ।ଏପରିକି ଦିନେ ମାଡ଼ମାରି ତାଙ୍କର ଗୋଡ଼ଭାଂଗି ତାଙ୍କ ଘରୁ ବାହାରକରିଦେଇଥିଲେ ସବୁଦିନପାଇଁ ।ବୃଦ୍ଧ ପିତା ନିଜର କନ୍ୟାର ଜୀବନ କ ୁବଂଚାଇବା ସହ ତାର ଦୁଇନାତି କୁ ନେଇ ଆସିଥିଲେ ନିଜର ଗୃହକୁ । ବୃଦ୍ଧା ବସ୍ଥାରେ ପର ଘରେ ମୂଲ ମଜୁରିଲାଗି ନିଜର ବରିବାର ପ୍ରତିପୋଷଣ ସହ କନ୍ୟା ଓ ଦୁଇ ନାତିଙ୍କୁ ନିଜ ବେକରେ ବାନ୍ଧିଛନ୍ତି ସବୁଦିନପାଇଁ । ଅଭାବ ଅନାଟନ ସଙ୍ଗକୁ ପାଖରେ ଥିବା ମାନସୀକ ବିକାର ଗ୍ରସ୍ତ କନ୍ୟା ଓ ଦୁଇ ନାତିର ଭବିଷ୍ୟତ କୁ ନେଇ ସେ ଦୁଃଖ ଯନ୍ତ୍ରଣାରେ ଘାଂଟି ଚକଟି ହେଉଛନ୍ତି । ବଡ଼ନାତିମଧ୍ୟ ପୋଲିଓରେ ଆକ୍ରାନ୍ତ ହୋଇ କାମକରିବା କଷ୍ଟକର ହୋଇଛି । ନିଜର ଏକମାତ୍ର ସଂବଳ ଥିବା ୫ଗୁଣ୍ଠ ଜମିକୁ ବିକ୍ରୀ କରି କନ୍ୟାର ଚିକିତ୍ସା କରିଥିଲେ ମଧ୍ୟ ଅଧିକ ଅର୍ଥ ନଥିବାରୁ ଉପଯୁକ୍ତ ଚିକିତ୍ସା ରେ ଅର୍ଥ ସାଜିଛି ବାଧକ । ଭୀନକ୍ଷମ କନ୍ୟାର ମୁଣ୍ଡ ଗୁଂଜିବା ପାଇଁ ତହସିଲରେ ଦରଖାସ୍ତ କରି ଘରବାରୀ ପଟ୍ଟା ପାଇଁ ୪ଡ଼ି ଜମିର ନୋଟିସ ହୋଇଥିଲେ ହେଁ ତାହା ବହୁବାର ତହସିଲକୁ ଦୌଡ଼ି ତାଙ୍କର ବାପା ନୟାନ୍ତ ହୋଇଥିଲେହେଁ ତାହା ଅଦ୍ୟାବଧି ଚିହ୍ନଟ ହୋଇନି କି ପଟ୍ଟାଟିଏ ମିଳିନି । ଭୀନ୍ନକ୍ଷମ ପ୍ରମାଣପତ୍ର ମୂଳେ ବ୍ଲକ ତରଫରୁ ତାଙ୍କୁ ଓ ତାଙ୍କ ପୁତ୍ରକୁ ଭିନ୍ନକ୍ଷମ ଭତ୍ତା ମିଳୁଥିଲେ ମଧ୍ୟ ତାହା ଏହି ଅଭାଗଗ୍ରସ୍ତ ପରିବାରପାଇଁ ସମୁଦ୍ରକୁ ଶଙ୍ଖେ ପରି ମନେ ହୋଇଛି । ରାଜ୍ୟ ଓ କେନ୍ଦ୍ର ସରକାର ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ନାନା ବିଧ ସହାୟତା ପ୍ରଦାନ କରୁଥିବାବେଳେ ଯଦି କିଛି ସୁବିଧା ସୁଯୋଗ ମିଳନ୍ତା ତେବେ ଟିକେ ରାହା ମାରନ୍ତେ ପରିବାର ବୋଲି ବୃଦ୍ଧ ପିତା ପ୍ରକାଶ କରନ୍ତି ।