Home ଜିଲ୍ଲା ପରିକ୍ରମା ଦାବାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ‘ଚକା’ ଗିରଫ

ଦାବାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ‘ଚକା’ ଗିରଫ

19

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣାଶୁଣା ଅପରାଧି ଓ ଅପରାଧ ଗ୍ୟାଙ୍ଗ ଲିଡର ଚକା ଓରଫ ସୁକାନ୍ତ ସାମଲ(୪୮)କୁ ଭଣ୍ଡାରିପୋଖରୀ ପୁଲିସ ଦାବାବଟି ମାଗିବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତ୍ରରେ ଛତାବର ନିକଟ ଭୂତିଆ ବାସଭବନରୁ ଗିରଫ କରିଛି । ଗତକାଲି ମଞ୍ଜୁରୀ ବିଦେଶୀ ମଦଦୋକାନରୁ ଦାଦାବଟି ମାଗି ବିଫଳ ହେବାରୁ ଦୋକାନୀ ଧିରେନ୍ଦ୍ର କରଙ୍କୁ ବିଅର ବୋତଲରେ ଚକା ଆକ୍ରମଣ ଉଦ୍ୟମ କରିଥିଲା । ଧିରେନ୍ଦ୍ରଙ୍କ ଅଭିଯୋଗ କ୍ରମେ ଥାନାରେ ୨୫୮/୨୦ନଂ ମାମଲା ଋଜୁ ହୋଇଥିଲା । ପୁଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଚକାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚକା ଭଣ୍ଡାରିପୋଖରୀ ଥାନାରେ ପାଞ୍ଚଟି ଅପରାଧିକ ମାମଲାରେ ଜଡିତ ଥିବା ଓ ଅନ୍ୟାନ୍ୟ ଥାନାରେ ମାମଲା ଥିବା ଜଣାଯାଇଛି । ମାଦକଦ୍ରବ୍ୟ ବିକ୍ରୟ କରିବା, ଚୋରି, ଡକାୟତି ଭଳି କାର୍ଯ୍ୟରେ ଚକା ଲିପ୍ତ ଥିବା ଅଭିଯୋଗ ହୁଏ । ଗତ୨୦୧୯ ମସିହାରେ ପଡୋଶୀ ବିଶୁ ଦେବନାଥକୁ ମଦ ଦୋକାନରେ ଚକା ମରଣାନ୍ତକ ଆକ୍ରମଣ କରିଥିଲା । ଏପରିକି ନିଜ ପିତାମାତା ଓ ଭଉଣୀକୁ ମାରି ଘରୁ ତଡିଦେଇଥିବାରୁ ଗନ୍ଧର୍ବବିନ୍ଧାରେ ସେମାନେ ରହୁଥିବା ଜଣାଯାଇଛି । ଭୂତିଆରେ ଥିବା ବାସଭବନ ହଳଦୀଗଡିଆ ବ୍ୟକ୍ତିଙ୍କ ଜମି ଜବରଦଖଲ କରି ବ୍ୟବହାର କରୁଥିବା ଜଣାଯାଇଛି । ଚକାର ଗିରଫଦାରୀକୁ ନେଇ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.