Home ଜିଲ୍ଲା ପରିକ୍ରମା ନାନା ଅଭାବ ଆଉ ଅନାଟନରେ ଅସହାୟ ପରିବାର

ନାନା ଅଭାବ ଆଉ ଅନାଟନରେ ଅସହାୟ ପରିବାର

20

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଘରର ମୂଲ ମଜୁରୀ ଲାଗି ଆଠ ପ୍ରାଣୀ ସଦସ୍ୟ ମୁଖରେ ଆହାର ମୁଠେ ଯୋଗାଡ଼ କରୁଥିବା ପିତାଙ୍କର ଦୁଇବର୍ଷ ପୂର୍ବେ ଅକାଳ ବିୟୋଗ ହୋଇଛି ।ତାଙ୍କର ବିୟୋଗ ପରେ ସପରିବାର ର ଏବେ ନାନା ଅଭାବ ଆଉ ଅନାନାଟନରେ ବିତୁଛି ଦୀବନ । ନାନା ଅଭାବ ଆଉ ଅନାଟନରେ ନିଜର ଭାଗ୍ୟ ଆଉ ଭବିଷ୍ୟତକୁ ସାଉଣ୍ଟୁଛନ୍ତି ୭ଜଣ ସଦସ୍ୟ । ଏହି ଦୁଃଖଦ ଘଟଣା ଦେଖାଯାଇଛି ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅଧିନସ୍ତ ନଳିତାଗଢ଼ିଆ ଗ୍ରାମରେ । ଉକ୍ତ ଗ୍ରାମର ସ୍ୱର୍ଗତ ସନାତନ ଯେନା ଜଣେ ଅତ୍ୟନ୍ତ ଦରିଦ୍ର ଓ ହରିଜନ ଶ୍ରେଣୀର ବ୍ୟକ୍ତି ଥିବାରୁ ଟ୍ରାକଟର ଚଳାଇ ବହୁ ଦୁଃଖେ କଷ୍ଟେ ନିଜର ଅଭାବୀ ସଂସାରକୁ ପ୍ରତିପୋଷଣ କରିୁଥିଲେ । ହେଲେ ଦୈବ ସାଜିଲା ବାଧକ । ଦୁଇ ବର୍ଷପୁର୍ବେ ଗାଡ଼ି ଚଲାଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ସେ ହତାଠ ଚେତାଶୁନ୍ୟ ହୋଇଯାଇଥିଲେ । ଚିକିତସା ପାଇଁ ତାଙ୍କୁ ପ୍ରଥମେ ଆଗରପଡ଼ା,ପରେ ଭଦ୍ରକ ଓ କଟକ ଚିକିତ୍ସା ପାଇଁ ନେଇଥିଲେ ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ୱାମୀ ଙ୍କ ଅକାଳ ପରେ ପତ୍ନୀ ସତ୍ୟଭାମାଙ୍କ ସହ ଦୁଇ ଝିଅ ଓ ତିନିପୁଅ ସହ ବଧୂ ବହୁ ଆଜି ଅଭାବ ଅନାଟନରେ ଗତି କରୁଛନ୍ତି ।ବଡ଼ପୁଅ ପିତାଙ୍କର ଅକାଳ ମୁୃତ୍ୟୁପରେ ପାଠପଢ଼ାରେ ଡ଼ୋରି ବାନ୍ଧି ଏବେ ଟ୍ରାକଟର ଚଳାଇ କିଛି ରୋଜଗାର କରୁଥିବା ବେଳେ ମା ମଧ୍ୟ ଅନ୍ୟର କାମ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । କିପରି ନିଜର ୭ପ୍ରାଣୀ ପରିବାର ମୁଖରେ ଦାନା ଯୋଗାଡ଼ କରିବା ସହ କଲୋଜରେ ପଢ଼ୁଥିବା ବଡ଼ ଝିଅ ର ପାଠପଢ଼ା ସହ ବିବାହ ଓ ଅନ୍ୟପିଲାଙ୍କର ଭବିଷ୍ୟତ କୁ ନେଇ ନାନା ମାନସିକ ଯନ୍ତ୍ରଣା ରେ ଘାଂଟି ଚକଟି ହେଉଛନ୍ତି । ଅଭାବ ରେ ଯେଉଁ ଆଡ଼କୁ ହାତ ବଢ଼ାଉଛନ୍ତି ତାହା ପାଉନି । ସରକାରଙ୍କ ତରଫରୁ ତାଙ୍କୁ ଅନ୍ତଦ୍ୱେୟ ଯୋଜନାରେ ମାତ୍ର ୩୫କିଗ୍ରା ଚାଉଳ ମିଳୁଛି । ତାହାକୁ ନେଇଚଳିବା କହୁକଷ୍ଟକର ବ୍ୟପାର ହୋଇଛି । ସରକାରଙ୍କ ତରଫରୁ ଭୂମି ହୀନମାନଙ୍କୁ ବସୁଦ୍ଧରା ଜୋଜନା ରେ ଘରବାରୀ ପଟ୍ଟା ମିଳବାର ବ୍ୟବସ୍ଥା ଥିବା ବେଳେ ତାହା ମଧ୍ୟ ସମ୍ବବ ହୋଇନି । ଫଳରେ ସରକାରୀ ସ୍ଥାନରେ ଦୀର୍ଘବର୍ଷ ଧରି କୁଡ଼ିଆଟିଏ କରି ସପରିବାର ସହ ମୁଣ୍ଡ ଗୁଜୁଛନ୍ତି । ଅନ୍ୟପକ୍ଷରେ ପକ୍କାଘର ପାଇଁ ତାଙ୍କର ତାଲିକାରେ ନାମ ଥାଇ ମଧ୍ୟ ତାହା ମିଳିବାରେ ବିଳମ୍ବ ହୋଇଥିବାର ଜଣାଯାଇଛି । ସରକାର ଦରିଦ୍ର ସୀମାରେଖା ମଧ୍ୟରେ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ବହୁମୂୁଖି ଯୋଜନା କାର୍ଯ୍ୟ କାରୀ କରିଥିବା ବେଳେ ସେଥିରୁ ଯଦି ଏହି ଅଭାବଗ୍ରସ୍ତ ପରିବାରକୁ କାଣିଚାଏ ମିଳନ୍ତା ତେବେ ଅସରନ୍ତି ଦୁôଃଖ ଆଉ ଯନ୍ତ୍ରଣାରେ କାଳାତିପାତ କରୁଥିବା ପରିବାର ଟିକେ ମୁକ୍ତି ମିଳିପାରନ୍ତା ବୋଲି ଅସହାୟ ସତ୍ୟଭାମା ଯୋଡ ହସ୍ତ ରେ ନିବେଦନକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.