Home ଓଡ଼ିଶା ନାଡା ପକ୍ଷରୁ ରବି କୁମାରଙ୍କୁ ୪ ବର୍ଷ ପାଇଁ ବାସନ୍ଦ

ନାଡା ପକ୍ଷରୁ ରବି କୁମାରଙ୍କୁ ୪ ବର୍ଷ ପାଇଁ ବାସନ୍ଦ

133

ଭୁବନେଶ୍ୱର,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ଡୋପ୍ ଟେଷ୍ଟରେ ଧରାପଡ଼ି ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଭାରୋତ୍ତୋଳକ କେ. ରବି କୁମାର । ନାଡା ପକ୍ଷରୁ ରବି କୁମାରଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଏହାଛଡା ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ମଧ୍ୟ ରବି କୁମାର ବାଦ ପଡ଼ିପାରନ୍ତି । ତେବେ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବି ସ୍ୱର୍ଣ୍ଣ ପଦକ ପାଇବା ସହ ୨୦୧୪ରେ ବର୍ଗରେ ରୋପ୍ୟ ପଦକ ହାସଲ କରିଥିଲେ ।ରବି କୁମାରଙ୍କ ଛଡ଼ା ଆଉ ୪ ଖେଳାଳି ମଧ୍ୟ ଡୋପ ଟେଷ୍ଟରେ ଧରାପଡ଼ିଛନ୍ତି । ଭାରୋତ୍ତୋଳକ ପୂର୍ଣ୍ଣିମା ପାଣ୍ଡେ, ଗୁମମେଲ ସିଂଙ୍କୁ ମଧ୍ୟ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ସ୍ପ୍ରିଣ୍ଟର ସଞ୍ଜିତ ଓ ଡିସକସ ଥ୍ରୋ ଖେଳାଳି ଧରମରାଜ ଯାଦବ ବି ବାସନ୍ଦ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.