Home କେନ୍ଦ୍ରାପଡ଼ା ନାଟ୍ୟକାର ସୁରେଶ ବରାଳଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନାଟ୍ୟକାର ସୁରେଶ ବରାଳଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

19

କେନ୍ଦ୍ରାପଡ଼ା ୨୬ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚାୟତର କୁଷିଦା ଗ୍ରାମର ନାଟ୍ୟ ନିର୍ଦେଶକ ସ୍ୱର୍ଗତ ସୁରେଶ ବରାଳଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ମଧ୍ୟବିତ୍ତ ପରିବାର ସଙ୍ଘର ଜିଲ୍ଲା ସଭାପତି ନିରଞ୍ଜନ ପରିଡା, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଅଶୋକ କୁମାର ଜେନା ଯୋଗଦେଇ ସ୍ୱର୍ଗତ ବରାଳଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାକାର ଗୈାରାଙ୍ଗ ମହାନ୍ତି, ପଣ୍ଡିତ ଅରୁଣ କୁମାର ନାୟକ, ସାମ୍ବାଦିକ ଅରୁଣ ମହାପାତ୍ର, ଧନେଶ୍ୱର ପଟ୍ଟନାୟକ, ସନ୍ତୋଷ ରାଉତରାୟ, ଚିତ୍ତରଞ୍ଜନ ତରାଇ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବରାଳଙ୍କ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.