ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ସଂଗୀତ ନାଟକ ଏକାଡେମୀ ଓଡିଶା ମିଳିତ ସହଯୋଗ ରେ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ଭଦ୍ରକ ର ଦ୍ୱାବିଂଶ ତମ ଚାରି ଦିବାସୀୟ ନାଟ୍ୟ ମହୋତ୍ସବ ୨୦୨୬ ତାର ନାଟ୍ୟ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ନାଟକ ପରିବେଷଣ କରିଛନ୍ତି ସୁଦୂର ରାଉଲକେଲା ର ନାଟ୍ୟ ସଂସ୍ଥା ସଂମ୍ପର୍କ ତାର ନାଟକ ଜନ୍ମମାଟି। ପ୍ରଥମ ଓ ଦ୍ୱତୀୟ ଦିନରେ ଅଦ୍ଭୁତ ସଫଳତା ପରେ ଦ୍ୱତୀୟ ଦିବସରେ ମଧ୍ୟ ଅଦ୍ଭୁତ ଦର୍ଶକ ଙ୍କ ଉପସ୍ଥିତି ଭଦ୍ରକ ରେ ନାଟକ କୁ ଲୋକେ ପସନ୍ଦ କରୁଥିବା ଏବଂ ନାଟକ ପ୍ରତି ଲୋକଙ୍କ ସ୍ୱତନ୍ତ୍ର ରୁଚି ବଢିଥିବା ପ୍ରଦୟମାନ ହୋଇଥିଲା। ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସ ଙ୍କ ରଚନା ଓ ଭାସ୍କର ଚନ୍ଦ୍ର ମହାପାତ୍ର ଙ୍କ ନିର୍ଦେଶନା ରେ ନାଟକ ଜନ୍ମମାଟି ନାଟକ ଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା ରେ ବିଶିଷ୍ଟ ନାଟ୍ୟକାର ଡ଼ ସୁଧାଂଶୁ ନାୟକ ସଭାପତିତ୍ୱ କରିଥିଲେ। ରାଉରକେଲା ରୁ ଆସିଥିବା ନାଟ୍ୟ ସଂସ୍ଥା ସମ୍ପର୍କ ନାଟ୍ୟ ସଂସ୍ଥା ର ନାଟକ ଜନ୍ମମାଟି ବିଷୟରେ ସୂଚନା ଦେଇଥିଲେ। ତୃତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେଇ ତୃତୀୟ ସନ୍ଧ୍ୟା କୁ ଦ୍ୱୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଭଦ୍ରକ ରେ ନାଟକ କୁ ଏକ ମହୋତ୍ସବ ରେ ପରିଣତ କରିଥିବା ନାଟ୍ୟ ଅଂନୁଷ୍ଠାନ ନଟରାଜ ଅଂନୁଷ୍ଠାନ କୁ ଧନ୍ୟବାଦ ଦେଇଥିଲେ ଶ୍ରୀ ମଲ୍ଲିକ। ପୂର୍ବରୁ ଏହି ସଂସ୍ଥା ସହ ଜଡିତ ଥିବା ଶ୍ରୀ ମଲ୍ଲିକ କହିଥିଲେ, କିପରି ନାଟକ ରେ ଏକ ସ୍ୱତନ୍ତ୍ର ଦର୍ଶକ ଏହି ମହୋତ୍ସବ ତିଆରି କରିପାରିଛି ସେ ବିଷୟରେ କହିବା ସହ ନଟରାଜ ଅଂନୁଷ୍ଠାନ କୁ ପ୍ରଶଂସା କରିଥିଲେ ଶ୍ରୀ ମଲ୍ଲିକ। କଳା ସଂସ୍କୃତି ର ମାଟି ଭଦ୍ରକ କଳାକୁ ବଂଚାଇ ରଖିବା ପାଇଁ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ର ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଆଗାମୀ ଦିନରେ କିପରି ନାଟକ ଦର୍ଶକଙ୍କ ଆଦୃତ ହେବ ସେ ନେଇ ଆଲୋଚନା କରିଥିଲେ ଶ୍ରୀ ମଲ୍ଲିକ। ନାଟ୍ୟ ଅଂନୁଷ୍ଠାନ ତରଫରୁ ଦୁଇ ନାଟ୍ୟକାର ଓଡିଶା ସଂଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁଗୁଳ ର ନାଟ୍ୟକାର ସୁଧାଂଶୁ ଶେଖର ଦିବେଦୀ ଓ ଭଦ୍ରକ ର ଭଦ୍ରକ ର ମୋଗଲ ତାମସା ମାଧ୍ୟମରେ ସାରା ଦେଶରେ ସୁନାମ ଅର୍ଜନ କରିଥିବା ନାଟ୍ୟକାର ଓଡିଶା ସଂଗୀତ ଏକାଡେମୀ ତରଫରୁ ପୁରସ୍କାର ପ୍ରାପ୍ତ ନାଟ୍ୟକାର ବିଜୟ ବହଳି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନାଟକରେ କିପରି ଲୋକେ ସହରାଭିମୁଖୀ ହେବା ପରେ ନିଜ ଜନ୍ମମାଟି କୁ ବିକି ସହର ରେ ରହିବା ପାଇଁ ପସନ୍ଦ କରୁଛନ୍ତି। ସେହି ଘରେ ଆଉ ଜଣେ କିପରି ନିଜ ଜନ୍ମମାଟି ବିକ୍ରି ନକରିବା ପାଇଁ କହିଛି। ଫଳରେ ଘର ଭିତରେ କିପରି ଅଶାନ୍ତ ପରିବେଶ ସୃଷ୍ଟି ହେଉଛି ତାରି ଉପରେ ନାଟକ ଟି ପରିବେଷଣ ହୋଇଥିଲା। ଆଜିର ସମାଜ ରେ ହେଉଥିବା ବାସ୍ତବ ଘଟଣା ର ଏହି ନାଟକ କୁ ବେଶ ପସନ୍ଦ କରୁଥିଲେ ଦର୍ଶକ। ମଂଚ ପରିଚାଳନା ରେ ଉପ ସଭାପତି ଶିବ ପ୍ରସାଦ ମହାନ୍ତି, ସମ୍ପାଦକ ଦେବବ୍ରତ ମହାନ୍ତି, ପ୍ରଦୀପ ବାରିକ, କମଳ ଲୋଚନ ପଣ୍ଡା, ବୃନ୍ଦାବନ ସାହୁ, କାଳନ୍ଦୀ ମଲ୍ଲିକ,ଶୁଭେନ୍ଦୁ ସାହୁ, ନିର୍ମଳ ପରିଡା, ମନୋଜ ମିଶ୍ର ଭବେଶ ସାହୁ, ସୁମତି ପଣ୍ଡା, ସନିଆ ସା ସହଯୋଗ କରିଥିଲେ।
Home ଜିଲ୍ଲା ପରିକ୍ରମା ନାଟକରେ ସ୍ୱତନ୍ତ୍ର ଦର୍ଶକ କରିପାରିଛି ନାଟ୍ୟ ମହୋତ୍ସବ,ନଟରାଜ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ନାଟକ ପରିବେଷଣ...







