Home ଜିଲ୍ଲା ପରିକ୍ରମା ନାଆମୀ ମହାବିଦ୍ୟାଳୟ +୩ରେ ଖୋଲିବ ବିଜ୍ଞାନ ଓ ବାଣିଜ୍ୟ

ନାଆମୀ ମହାବିଦ୍ୟାଳୟ +୩ରେ ଖୋଲିବ ବିଜ୍ଞାନ ଓ ବାଣିଜ୍ୟ

18

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାଆମୀ ମହାବିଦ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟ ବିଷୟରେ + ୩ ଶିକ୍ଷା ପାଇଁ ଚଳିତ ଶିକ୍ଷା ବର୍ଷରେ ନାମ ଲେଖିବା ପାଇଁ ସୁଯୋଗ ମିଳିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ ଅନୁମୋଦନ ସହ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।୧୯୭୮ ମସିହାରୁ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟରେ +୨ ସ୍ତରରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ଶିକ୍ଷା ଦାନ ବ୍ୟବସ୍ଥା ରହିଥିବା ବେଳେ ସ୍ନାତକଶ୍ରେଣୀରେ କେବଳ କଳା ପାଠ୍ୟକ୍ରମ ରହିଥିଲା।ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କ ସହ ପଡୋଶୀ ବନ୍ତ ଓ ହାଟଡ଼ିହି ବ୍ଲକର ବିଭିନ୍ନ ଗ୍ରାମର ଛାତ୍ରଛାତ୍ରୀମାନେ ଘରେ ରହି କମ ଖର୍ଚ୍ଚରେ ଏହି ମହାବିଦ୍ୟାଳୟରେ ପାଠ ପଢିବା ପାଇଁ ସୁଯୋଗ ପାଉଥିବାରୁ ଶିକ୍ଷିତ ହାର ବଢ଼ିବାରେ ସହାୟକ ହୋଇଛି।ଏବେ ଏହି ମହାବିଦ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ଶିକ୍ଷା ପ୍ରଦାନ କରାଗଲେ ଏହିସବୁ ଅଂଚଳର ପିଲାମାନେ ଉପକୃତ ହେବେ।ଏଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ଆଗ୍ରହ ପ୍ରକାଶ ପରେ ସରକାରୀ ସ୍ତରରେ ନିଷ୍ପତି ହୋଇଥିବାରୁ ମହାବିଦ୍ୟାଳୟ କର୍ତୃପକ୍ଷ ଓ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ଉଚ୍ଚ ଶିକ୍ଷା ବିଭାଗ ସଚିବ ଓ ନିର୍ଦ୍ଦେଶକଙ୍କୁ ବିଜେପିର ପୂର୍ବତନ ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର କୃତଜ୍ଞତା ଜଣାଇଛନ୍ତି।ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଏଥିପାଇଁ ଆନଦ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.