Home କେନ୍ଦୁଝର ନସିରିପୁରରେ ଔଷଧିୟ ବୃକ୍ଷରୋପଣ ଓ ଜୈବିକ ସାର ବ୍ୟବହାର ସଚେତନତା କାର୍ଯ୍ୟକ୍ରମ

ନସିରିପୁରରେ ଔଷଧିୟ ବୃକ୍ଷରୋପଣ ଓ ଜୈବିକ ସାର ବ୍ୟବହାର ସଚେତନତା କାର୍ଯ୍ୟକ୍ରମ

59

ହାଟଡ଼ିହି, ୧୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଡଙ୍ଗ ପଞ୍ଚାୟତ ନସିରିପୁର ଗ୍ରାମରେ ଔଷଧୀୟ ଚାରା ରୋପଣ, ଜୈବିକ ସାର ପ୍ରସ୍ତୁତ ଓ ବ୍ୟବହାର ନେଇ ଏକ ବୈଠକ କରାଯିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସୁପ୍ରିମ କୋର୍ଟର ଅଧିବକ୍ତା ରାଧାକାନ୍ତ ତ୍ରୀପାଠୀ ଉପସ୍ଥିତ ରହି ଚାରା ରୋପଣ ଓ ଜୈବିକ ସାରବିଷ ପ୍ରୟୋଗ ସମ୍ପର୍କରେ ସଚେତନତା କରାଇଥିଲେ । ଜୈବିକ ସାରବିଷ ବ୍ୟବହାର କରାଗଲେ ମଣିଷ ଶରୀରରେ କି କି ଲାଭ ମିଳେ ସେ ସମ୍ପର୍କରେ ବୁଝାଇଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ବିଦ୍ୟୁତ ବିଭାଗର ସହକାରୀଯନ୍ତ୍ରୀ ମହେଶ୍ୱର ନାୟକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ପ୍ରଚାରକ ରଶ୍ମୀରଞ୍ଜନ ମହାକୁଡ ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଶଙ୍କର୍ଷଣଙ୍କ ସଂଯୋଜନାରେ ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ବଳରାମ ସା, ସୁକାନ୍ତ ମିଶ୍ର, ମନୋଜ ମିଶ୍ର, ଦିପୁନୁ ମିଶ୍ର, ପ୍ରବିର ସା, ନିଶିକାନ୍ତ ମିଶ୍ର, ଶରତ ସ୍ୱାଇଁ, ରମାକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.