Home ଜିଲ୍ଲା ପରିକ୍ରମା ନଳଗୋହିରା ଶିକ୍ଷା ବିକାଶ ମଂଚ ଏବଂ ମାଇଁ ଭାରତ ସଞ୍ଜୁକ୍ତ ପ୍ରୟାସରେ ସାମ୍ବାଦିକ ସମ୍ମିଳନୀ

ନଳଗୋହିରା ଶିକ୍ଷା ବିକାଶ ମଂଚ ଏବଂ ମାଇଁ ଭାରତ ସଞ୍ଜୁକ୍ତ ପ୍ରୟାସରେ ସାମ୍ବାଦିକ ସମ୍ମିଳନୀ

3

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନଳଗୋହିରା ଶିକ୍ଷା ବିକାଶ ମଂଚ ଏବଂ ମାଇଁ ଭାରତର ସଞ୍ଜୁକ୍ତ ପ୍ରୟାସରେ ନଳଗୋହିରାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ସଂଗଠନର ଉପଦେଷ୍ଟା କାହ୍ନୁ ଚରଣ ପରିଡ଼ା ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ପାଳିତ ହେବାକୁ ଥିବା ସହିଦ ଦିବସ ଅବସରରେ ଶତାଧିକ ଯୁବ ଓ ଛାତ୍ରଛାତ୍ରୀଙ୍କ ସହଭାଗୀତାରେ ଏକ ବିଶାଳ ପଦଯାତ୍ରା ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ପଦଯାତ୍ରା ପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ।ସଭାପତି ମନୋରଞ୍ଜନ ରାଉତ ଏହାର ପୂର୍ବଦିନ ଅର୍ଥାତ ମାର୍ଚ୍ଚ ୨୨ ତାରିଖରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ। ସେ କହିଥିଲେ, ସମାଜ ଗଢ଼ିବାରେ ଯୁବସମାଜର ଭୂମିକା ଅତ୍ୟନ୍ତ ମୂଲ୍ୟବାନ, ତେଣୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଛାତ୍ରଯୁବମାନଙ୍କର ସକ୍ରିୟ ଅଂଶଗ୍ରହଣ ଅତ୍ୟାବଶ୍ୟକ। ଏହି ଅବସରରେ ଅମରେଶ ପରିଡ଼ା, ସୌରଭ ରାଉଳ, ରଂଜିବ ନାୟକ, ଆକାଶ ସାମଲ, ଶୁଭେନ୍ଦୁ ବେହେରା, ଅଂଶୁମାନ ମହାନ୍ତି, ମନୋଜ ମହାନ୍ତି, ସୁବ୍ରତ ପରିଡ଼ା, ଶଙ୍କର ସେଠୀ, ଶୁଭାଶିଷ ସାହୁ, ସୁନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ସମ୍ମିଳନୀ ଶେଷରେ ସଂଗଠନ ପକ୍ଷରୁ ସମସ୍ତ ଯୁବ ଓ ଛାତ୍ରଛାତ୍ରୀଙ୍କୁ ଏହି ସମାଜମୁଖୀ କାର୍ଯ୍ୟକ୍ରମରେ ସ୍ୱେଛାକୃତ ଭାବେ ସାମିଲ ହୋଇ ସହିଦମାନଙ୍କ ପ୍ରତି ସମ୍ମାନ ଜଣାଇବାକୁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.