ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଂଚାୟତ ୮ ନମ୍ବର ୱାର୍ଡରେ ଜଳ ନିଷ୍କାସନ ପଥ ଜବରଦଖଲ ହେବାରୁ ୨୦ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘଦିନ ହେବ ଜଳବନ୍ଦୀ ଭାବେ ରହିଛନ୍ତି।ଗାଁ ଭିତର ରାସ୍ତା ରେ ଅଂଟାଏ ଅଂଟାଏ ପାଣି। ଘରୁ ବାହାରିଲେ ପାଣି ଭିତରେ ପଶିକି ଯିବାକୁ ପଡୁଛି। ଛୋଟ ପିଲାଙ୍କୁ ଅଭିଭାବକ ମାନେ କାନ୍ଧରେ ବସାଇ ଅଙ୍ଗନବାଡି ନେଉଥୁବା ବେଳେ ସ୍କୁଲ ପିଲାମାନେ ଓଦା ହୋଇ ପାଣିରେ ପଶି ପାଠ ପଢିବାକୁ ଯାଉଛନ୍ତି।ଉଭୟ ସାପ ଭୟ ସାଙ୍ଗକୁ ବର୍ଷା ପାଣି ଘରେ ପଶୁଥିବାରୁ ଅଧିକାଂଶ ଲୋକ ଏବେ ଜ୍ୱର ତଥା ଥଣ୍ଡାରେ ପୀଡ଼ିତ।ଏ ବାବଦରେ ଗ୍ରାମବାସୀ ପ୍ରତ୍ୟେକ ବର୍ଷ ଚାନ୍ଦବାଲି ତହସିଲ ଓ ବ୍ଲକ ପ୍ରଶାସନ କୁ ଏହାର ସ୍ଥାୟୀ ସମାଧାନ ଡ୍ରେନ କରିବା ପାଇଁ ଗ୍ରାମବାସୀ ଲିଖିତ ଦାବି କରୁଛନ୍ତି ହେଲେ ପ୍ରଶାସନ ନିଦା ବିଷ୍ଣୁ ପାଲଟିଛି ଲୋକେ ହେଉଛନ୍ତି ହଇରାଣ।ସୂଚନାଯୋଗ୍ୟ ଏହି ରାସ୍ତା ସମ୍ପ୍ରସାରଣ ବେଳେ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଳା । ଫଳରେ ଜଳ ନିଷ୍କାସନ ହୋଇ ପାରୁନାହିଁ । ତେଣୁ ସେମାନେ ଜଳବନ୍ଦୀ ଭାବେ ରହିଛନ୍ତି। ସେଥି ପାଇଁ ଗୁରୁବାର ଚାନ୍ଦବାଲି ତହସିଲ ସମୁଖରେ ବସିବା ସହ ତହସିଲଦାର ଙ୍କୁ ସ୍ଥାୟୀ ସମାଧାନ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ। ଏଥିରେ ଉପସ୍ଥିତ ଥିଲେ ଆଦିତ୍ୟ ମହାନ୍ତି, ରମେଶ ମହାନ୍ତି, ରଶ୍ମି ରେଖା ମହାନ୍ତି, ମୋନାଲିଶା ମହାନ୍ତି, ମଞ୍ଜୁଲତା ମହାପାତ୍ର, ବାସନ୍ତୀ ମହାନ୍ତି, ମୀନାରାଣୀ ମହାନ୍ତି, ସତ୍ୟଭାମା ମହାନ୍ତି, ଶାନ୍ତିଲତା ମହାନ୍ତି।ପୂର୍ବ ବର୍ଷ ମଧ୍ୟ ଅଭିଯୋଗ ପରେ ତହସିଲ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିଲା। ହେଲେ ପୁଣି ସେହି ପରିସ୍ଥିତି ଉପୁଜିଛି। ଏ ବିଷୟରେ ତହସିଲଦାର ଭବତୋଷ ମଲ୍ଲିକ କହିଛନ୍ତି ଆଜି ଆମେ ଜଳ ନିଷ୍କାସନ ପାଇଁ ବାଟ ଖୋଳିକି ଜଳ ନିଷ୍କାସନ କରିଛୁ।
Home ଜିଲ୍ଲା ପରିକ୍ରମା ନଳଗୋହିରା ପଂଚାୟତରେ ଜଳ ବନ୍ଦୀ ଅବସ୍ଥାରେ ୨୦ ପରିବାର, ନାହିଁ ପାଣି ନିଷ୍କାସନ ରାସ୍ତା, ଅଭିଯୋଗ...






