Home ଜିଲ୍ଲା ପରିକ୍ରମା ନର୍ସଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

ନର୍ସଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

10

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫନର୍ସ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମୁଖ୍ୟ ଚିକିତ୍ସାଳୟର ନର୍ସ ସୌଦାମିନୀ ଦାସଙ୍କୁ ମେଟରନ ଦାୟିତ୍ୱରୁ ହଟାଇ ୱାର୍ଡଡ୍ୟୁଟି ଦିଆଯାଇଥିବା, ଅନ୍ୟ ଜଣେ ନର୍ସ କୁସୁମ ପାଢୀଙ୍କୁ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଥିବା ଓ ଡାକ୍ତର ଅମୂଲ୍ୟ ଦାସଙ୍କୁ ପୁରୁଷ ମେଡିସନ ୱାର୍ଡରୁ ହଟାଇ ମହିଳା ୱାର୍ଡରେ ଡ୍ୟୁଟି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ବଳ। ସୂଚନାଥାଉକି; ଶୁକ୍ରବାର ଷ୍ଟାଫ ନର୍ସଜଣକ ମେଡିକାଲ ପରିସରକୁ ଡ୍ୟୁଟି କରିବାକୁ ଆସି ଅପରାହ୍ନରେ ଭଦ୍ରକ ରେଳ ଷ୍ଟେସନ ଯାଇଥିଲେ। ସେଠାରେ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ତଳେ ପଡିଯାଇ ଆହତ ହୋଇଥିଲେ। ନର୍ସଙ୍କୁ ରେଳବାଇ ପୁଲିସ ଉଦ୍ଧାର କରିବା ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ଓ ଶନିବାର ତାଙ୍କୁ ଅଧିକ ଚିକିତ୍ସା ଲାଗି କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆହତ ନର୍ସ ଜଣେ ଡାକ୍ତର ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଗଣମାଧ୍ୟମ ଆଗରେ ବୟାନ ରଖିଥିଲେ କିନ୍ତୁ ଏଯାବତ ଲିଖିତ ଅଭିଯୋଗ କରିନାହାନ୍ତି। ଅପରପକ୍ଷେ ନର୍ସଙ୍କ ସ୍ୱାମୀ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁଥିରେ ତାଙ୍କ ପତ୍ନୀଙ୍କୁ ଡାକ୍ତର ଅମୂଲ୍ୟ ଦାସ, ସୌଦାମିନୀ ଦାସ ଓ ନର୍ସ କୁସୁମ ପାଢୀ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଦର୍ଶାଇଛନ୍ତି। ନିର୍ଯାତନା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ତାଙ୍କ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ନର୍ସଙ୍କ ସ୍ୱାମୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଉକ୍ତ ଅଭିଯୋଗ ମୂଳେ ଉପରୋକ୍ତ କାର୍ଯ୍ୟାନୁଷ୍‌ାନ ନିଆଯାଇଥିବା କଥା ଜିଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ସୁଧାଂଶୁ ବଳ କହିଛନ୍ତି। ତେବେ ଏସସିବି ମେଡିକାଲ କଲେଜରେ ଟ୍ରମା ୱାର୍ଡରେ ଚିକିତ୍ସିତ ହେଉଥିବା ନର୍ସଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ନର୍ସ ସୁସ୍ଥ ହୋଇ ଫେରିବା ପରେ ଅଧିକ କିଛି ଅଭିଯୋଗ ଦାୟର କଲେ ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଡାକ୍ତର ବଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.