Home ଜିଲ୍ଲା ପରିକ୍ରମା ନରେନ୍ଦ୍ରପୁର ୟୁଜି ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନରେନ୍ଦ୍ରପୁର ୟୁଜି ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

20

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି଼ ବ୍ଲକ ଅଧୀନ ନରେନ୍ଦ୍ରପୁର ଉତ୍କଳମଣି ଗୋପବନ୍ଧୁ ନୋଡାଲ ବିଦ୍ୟାପୀଠର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର ସଂସଦ ସଭାପତି ଇଂ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ନଭେମ୍ବର ମାସରେ ପାଳିତ ହେବ। ଏହି ଜୟନ୍ତୀ ଉତ୍ସବ ୩ଦିନ ଧରି ଚାଲିବ। ପ୍ରତି ଦିବସରେ ଆଲୋଚନାଚକ୍ର ପୁରାତନ ଛାତ୍ର ଓ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାଚୀନ ପରମ୍ପରା ଓ ସଂସ୍କୃତି ଆଧାରିତ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ରାଜନେତା, ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ଯୋଗ ଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଗୌରବର କଥା ଯେ, ଏହି ୟୁଜି ବିଦ୍ୟାପୀଠର ବହୁ କୃତୀ ଛାତ୍ରଛାତ୍ରୀ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟକରି ପ୍ରତିଷ୍ଠା ଲାଭ କରିଥିବାରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବଟି ପୁରାତନ ଛାତ୍ରଛାତ୍ରୀମାନେ ପାଳନ କରିବେ। ଛାତ୍ରସଂସଦର ସାଧାରଣ ସମ୍ପାଦକ ଅଧ୍ୟାପକ ଗୋଲକ ନାୟକ, ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୀତଳ କୁମାର ବେହେରା ବୈଠକରେ ଯୋଗଦେଇ ଉତ୍ସବ କିପରି ସଫଳ ହୋଇପାରିବ ସେନେଇ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀଧର ମାଝୀ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା, ଅଧ୍ୟାପକ ଅରୁଣ କୁମାର ସାମଲ ପ୍ରମୁଖ ଯୋଗ ଦେଇ ଉତ୍ସବଟିକୁ ସଫଳ ରୂପାୟନ ଦେବା ନେଇ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଅକ୍ଷୟ କୁମାର ସୂତାର, ଶଶଧର ବେହେରା, ଆନନ୍ଦ ଚନ୍ଦ୍ର ପାତ୍ର, ଉମେଶ ଚନ୍ଦ୍ର ନାୟକ, ଶିବାନନ୍ଦ ମଲ୍ଲିକ, ଓମ୍‌ପ୍ରକାଶ ମଲ୍ଲିକ, ଦିବ୍ୟସିଂହ ନାୟକ, ବିଦ୍ୟାଧର ସୂତାର, ବିଶ୍ୱଜିତ୍ ବେହେରା, ଅମୂଲ୍ୟ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ମତାମତ ଦେଇଥିଲେ। ଶେଷରେ ଅମୀୟ ନିମାଇଁ ବଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.