Home ଜିଲ୍ଲା ପରିକ୍ରମା ନରେନ୍ଦ୍ରପୁର ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା

ନରେନ୍ଦ୍ରପୁର ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା

5

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ନରେନ୍ଦ୍ରପୁର ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସୋମବାର ଅପରାହ୍ନରେ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତିର ସଭାପତି କୁଳମଣି ସାମଲ ପୌରୋହିତ୍ୟ କରିଥିଲେ । ବାଲେଶ୍ୱର -ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ତିହିଡି଼ ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ଯୋଗଦେଇ ଚାଷୀମାନଙ୍କ ଆର୍ôଥକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ସେମାନେ ସମିତି ମାଧ୍ୟମରେ କିପରି ଉପକୃତ ହେବେ ସେନେଇ ସୂଚନା ପ୍ରଦାନ କରିଥିଲେ । ସମିତି ସମ୍ପାଦକ ମାୟାଧର ବେହେରା ବାର୍ଷିକ ଆୟବ୍ୟୟର ହିସାବ ଦେଇଥିଲେ । ବିନୋଦ ନାୟକ, ଚୈତନ୍ୟ ଲେଙ୍କା, ସୁଧାଂଶୁ ନାୟକ, ଲଷ୍ମୀଧର ମାଝୀ, ନରେନ୍ଦ୍ର ସ୍ୱାଇଁ, ଦୟାନିଧି ଲେଙ୍କା, ଗଙ୍ଗାଧର ବାରିକ, କହ୍ନେଇ ରାଉତ, ରବିନ୍ଦ୍ର ମାହୁନ୍ତ, ଉମେଶ ନାୟକ, ରତ୍ନାକର ନାୟକ, ରମେଶ ସାମଲ, ମୁକ୍ତିକାନ୍ତ ବେହେରା ପ୍ରମୁଖ ଚାଷୀମାନେ ଏବଂ ବୋର୍ଡ ସଦସ୍ୟ ଶଶଧର ନାୟକ, ମନୋରଞ୍ଜନ ପତି, ପ୍ରେମାନନ୍ଦ ମାଝୀ, ପିଙ୍କିଲତା ମାହୁନ୍ତ, ଭଜହରି ପତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କର୍ମଚାରୀ ଭବେଶ ଧଳ ଓ ଶ୍ରୁତିଧର ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.