Home ଜିଲ୍ଲା ପରିକ୍ରମା ନମସ୍କାର ସମାଜିକ ସଙ୍ଗଠନର ସମ୍ବର୍ଦ୍ଧନା ସଭା, ବୟସର ଅପରାହ୍ଣରେ ବରିଷ୍ଠଙ୍କୁ ସେବା ଓ ସମ୍ମାନ ମୂଳଲକ୍ଷ୍ୟ

ନମସ୍କାର ସମାଜିକ ସଙ୍ଗଠନର ସମ୍ବର୍ଦ୍ଧନା ସଭା, ବୟସର ଅପରାହ୍ଣରେ ବରିଷ୍ଠଙ୍କୁ ସେବା ଓ ସମ୍ମାନ ମୂଳଲକ୍ଷ୍ୟ

43

ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସାମାଜିକ ସଙ୍ଗଠନ ନମସ୍କାର ପକ୍ଷରୁ ଆଜି ବରିଷ୍ଠ ବୃଦ୍ଧବୃଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ବ୍ଲକ ଓଲଙ୍ଗ ପଞ୍ଚାୟତ ହଂସି ସାହି ଭାଗବତ ଟୁଙ୍ଗୀ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଙ୍ଗଠନର ମିଡ଼ିଆ ସହ-କୋଡ଼ିନେଟର ସାମ୍ବାଦିକ ହେମନ୍ତ ସିଂହଙ୍କ ମଞ୍ଚ ସଞ୍ଚାଳନରେ ସଭାପତି ଗୌରାଙ୍ଗ ଚରଣ ବାରିକ ସଭାପତିତ୍ୱ କରିଥିଲେ । ଏଥିରେ ଓଲଙ୍ଗ ପଞ୍ଚାୟତର ସରପଞ୍ଚ ଦେବୀଦତ୍ତା ମହାନ୍ତି, ପୂର୍ବତନ ସରପଞ୍ଚ ଅର୍ଜୁନ ଚରଣ ମହାନ୍ତି, ଗୋପବନ୍ଧୁ ପତି, ଭଦ୍ରକ ବ୍ଲକ କୋଅଡ଼ିନେଟର ତଥା ସମାଜସେବୀ ଅକ୍ଷୟ ପ୍ରସାଦ ମହାନ୍ତି, ସଙ୍ଗଠନର ଉପ -ସଭାପତି ଧନୁର୍ଜୟ ସେଠୀ, ଆଇନ ପରାମର୍ଶଦାତା ସରୋଜ କୁମାର ସିଂହ, କୋଷାଧ୍ୟକ୍ଷ ଅମୀୟ କୁମାର ମହାପାତ୍ର ପ୍ରମୁଖ ନିଜିନିଜର ବକ୍ତବ୍ୟରେ ସକାଳ ସମୟରେ ସୂର୍ଯ୍ୟନମସ୍କାର ରୁ ଆରମ୍ଭ କରି ଦିନ ତମାମ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁଭଳି କାର୍ଯ୍ୟ କରାଯାଏ ସେହିଭଳି ବୟସର ଅପରାହ୍ଣରେ ବରିଷ୍ଠ ମାନଙ୍କୁ ସେବା ଓ ସମ୍ମାନ ଜଣାଇବା ସଙ୍ଗଠନର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ସାମାଜିକ ମୂଲ୍ୟବୋଧ ଓ ନୈତିକତା ମାନବ ସମାଜରୁ କ୍ରମଶଃ ହ୍ରାସ ପାଉଥିବା ବେଳେ ଏହାର ପୁର୍ନଉଦ୍ଧାର କରିବା ପାଇଁ ସଙ୍ଗଠନ ପ୍ରତ୍ୟେକ ବ୍ଲକରେ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ସଙ୍ଗଠନର ମୂଳ ଲକ୍ଷ୍ୟ କିପରି ସାଧିତ ହୋଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଉପସ୍ଥିତ ସଭ୍ୟମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ପ୍ରାରମ୍ଭରେ କ୍ଷିରାବ୍ଦି ତନୟା ପଣ୍ଡା ଶ୍ଳୋକ ଓ ଆବାହନୀ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ବିଶ୍ୱରଞ୍ଜନ ପଣ୍ଡା ରାଷ୍ଟ୍ରୀୟ ସଭାପତି ବି.କେ. ଗୁପ୍ତାଙ୍କ ଦ୍ୱାରା ଗଠିତ ନମସ୍କାର ସଙ୍ଗଠନର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଭିମୁଖ୍ୟ ରଖିଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ସମ୍ପାଦକ ବସନ୍ତ କୁମାର ଜେନାଙ୍କ ଜନ୍ମଦିବସ ପାଳନ ଅବସରରେ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ଶାଲ ଓ ଗୋଲାପ ଫୁଲ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାନ୍ତ ମହାପାତ୍ର, ମହେଶ୍ୱର ମଲ୍ଲିକ, ପ୍ରକାଶ ମଲ୍ଲିକ, ଜ୍ଞାନରଞ୍ଜନ ନାୟକ, ଉଦୟ ଜେନା, ବାପିନ ରାଉତ, ସୁଜାତା ରାଉଳ, ସୁନୀତା ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.