Home ଜିଲ୍ଲା ପରିକ୍ରମା ନଭେମ୍ବର ୨୬ରେ ଦେଶବ୍ୟାପୀ ଧର୍ମଘଟକୁ ସଫଳ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ବୈଠକ

ନଭେମ୍ବର ୨୬ରେ ଦେଶବ୍ୟାପୀ ଧର୍ମଘଟକୁ ସଫଳ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ବୈଠକ

83

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଧର୍ମଘଟକୁ ବ୍ୟାପକ ଭାବରେ ସଫଳ କରିବାକୁ ଆଜି ଭଦ୍ରକ ଜିଲ୍ଲାର ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଏଆଇସିସିଟିୟୁ, ସିଆଇଟିୟୁ, ଏଆଇଟିୟୁସି, ଏଆଇୟୁଟିୟୁସି, ଆଇଏନଟିୟୁସି, ଏଚଏମଏସ. ବ୍ୟାଙ୍କ ବୀମା,ରାଜ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସ୍ୱାଧିନ ଫେଡେରସନ୍ ସମୁହ ଏକ ମିଳିତ ଶୋଭାଯାତ୍ରା ବନ୍ତଛକଠାରୁ ବାହାରି ସହର ପରିକ୍ରମା କରିବା ପରେ ବାଲ୍‌ଗୋପାଲ୍ ସଭାଗୃହ ପରିସରରେ ମିଳିିତ କନ୍‌ଭେନସନ୍ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶ୍ରମିକ ନେତା ଦିବ୍ୟସଂହ ନାୟକଙ୍କ ସଭାପତିତ୍ୱ କରିଥିଲେ । ଏହି ସଭାକୁ ଶ୍ରମିକ ନେତା ଯଥା ସମର ବଳ,ଉପେନ୍ଦ୍ର ରାଉଳ, ନରେନ୍ଦ୍ର ବିଶ୍ୱାଳ, ସୀତା ଦାସ,ସୁବାଶୀଷ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏଆଇସିସିଟିୟୁର ସର୍ବଭାରତୀୟ ସାଧାରଣ ସଂପାଦକ କମ୍ରେଡ୍ ମହେନ୍ଦ୍ର ପରିଡା ଓ ସିଆଇଟିୟୁର ରାଜ୍ୟ ନେତୃତ୍ୱ କମ୍ରେଡ୍ ରମେଶ ଜେନା ଯୋଗଦେଇଥିଲେ । ଦଶଦଫା ଦାବୀକୁ ନେଇ ମିଳିତ ଶ୍ରମିକ ସଂଗଠନ ଆସନ୍ତା ନଭେମ୍ବର ୨୬ରେ ଦେଶବ୍ୟାପୀ ହରତାଳ ଓ ଧର୍ମର୍ଘଟ କରାଯିବ ବୋଲି ସମୁହ ଭାବରେ ନିଷ୍ପତ୍ତି ନିଅୀାଯାଇଛି । ଶ୍ରମ ବିରୋଧୀ ଶ୍ରମ କୋର୍ଡକୁ ପ୍ରତ୍ୟାହାର କର,କୃଷକ ବିରୋଧି କୃଷକ ଆଇନ୍‌କୁ ପ୍ରତ୍ୟାହାର କର, ଆୟକର ଦେଉ ନଥିବା ସମସ୍ତ ଗରବ ପରିବାରକୁ ମାସିକ ସାତ ହଜାର ୫ଶହଟଙ୍କା ଓ ୧୦କିଲୋ ଚାଉଳ ଯୋଗାଇ ଦେବା, ଗ୍ରାମାଞ୍ଚଳରେ ମନେରଗା ଶ୍ରମିକଙ୍କୁ ୨ଶହ ଦିନର କାମ ଓ ୫ଶହ ଟଙ୍କାର ମଜୁରୀ ଏବଂ ସହରାଞ୍ଚଳରେ ଶ୍ରମଜୀବିଙ୍କ ଲାଗି ରୋଜଗାର ବ୍ୟବସ୍ଥା କରିବା, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ପ୍ରେନ୍‌ସନ ମହଙ୍ଗା ଭତ୍ତା ପ୍ରଦାନ କ୍ଷେତ୍ରରେ ଥିବା କଟକଣାକୁ ଉଠାଇବା,ବ୍ୟାଙ୍କ, ବୀମା ଓ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କରଣ କରିବା ବନ୍ଦ କରିବା, ପ୍ରବାଶୀ ଶ୍ରମିକଙ୍କ ଲାଗି ଉପଯୁକ୍ତ ଆଇନ୍ ସହିତ ରୋଜଗାର ବ୍ୟବସ୍ଥା କରିବା, ନିର୍ମାଣ ଶ୍ରମିକମାନଙ୍କୁ କରୋନା ସହାୟତା ତୁରନ୍ତ ପ୍ରଦାନ, ନବୀକରଣ ଓ ତୁରନ୍ତ ପଞ୍ଜିକରଣ କରିବା,ସ୍କିମ୍ ୱାକରମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସହ ସାମାଜିକ ସୁରକ୍ଷା ବ୍ୟବସ୍ଥା କରିବା ସହିତ ସେହିପରି କୃଷି କ୍ଷେତ୍ରରୁ କର୍ପୋରେଟ୍ ହଟାଇବା, କୃଷକ ସର୍ବନାଶକାରୀ କୃଷିନାଶକାରୀ କୃଷି ଆଇନ୍‌୍ ୨୦୨୦କୁ ରଦ୍ଦ କର,କୃଷକକୁ ଜମିର ଆଧିକାର ଦିଅ, କଣ୍ଟକ୍ ଫାର୍ମିଙ୍ଗ ବନ୍ଦ କର, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦିଅ. ପ୍ରାଇଭେଟ୍ ମଣ୍ଡି ବ୍ୟବସ୍ଥା ହଟାଓ,ଅତ୍ୟାବଶ୍ୟାକ ସାମଗ୍ରୀ ସଂଶୋଧନ ଆଇନ୍ ୨୦୨୦ ରଦ୍ଦ କର,କୃଷକମାନଙ୍କୁ ଏକକାଳୀନ ଋଣମୁକ୍ତ କର ପ୍ରମୁଖ ଦାବୀ ଉପରେ ବକ୍ତାମାନେ ଶ୍ରମିକ ବିରୋଧୀ ଓ କୃଷକ ବିରୋଧି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ବଳ,ସଂଞ୍ଜୟ ମହାନ୍ତି, ରାଧା ଦାସ, ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ପ୍ରଫୁଲ ପାଢୀ, ନିରଞ୍ଜନ ପାଣି, ମଳୟ ଭୋଇ, ଜୟନ୍ତି ବିଶ୍ୱାଳ, ସୁମତି ମହାନ୍ତି,ପୂର୍ଣ୍ଣଚନ୍ଦ୍ର ଦାସ, ଗୟାଧର ସେଣ,କିଶୋର ଜେନା, ବିଷ୍ଣୁ ଦାସ, ବାସନ୍ତି ବେହେରା, ପ୍ରତାପ ପଟ୍ଟନାୟକ,କାଳନ୍ଦୀ ପାତ୍ର, ବିମ୍ବାଧର ବାରିକ୍‌, କାହ୍ନୁଚରଣ ପରିଡା, ରବିନ୍ଦ୍ର ବାରିକ୍‌, ପ୍ରଭାସ ମହାପାତ୍ର, ରବି ନାୟକ, ରାମଚନ୍ଦ୍ର ଶଙ୍କୁଆ, ଅଭିରାମ ବଳ,ନିରଞ୍ଜନ ସେଠୀ. ଶାନ୍ତି ନାୟକ,ଜଗନ୍ନାଥ ବେହେରା ,ହେମଲତା ବେହେରା, ଚିତରଂଜନ ବେହେରା,ସେବତୀ ଓଝା,ସଂଜୀବ କୁମାର ଭଞ୍ଜ ପ୍ରମୁଖ ଯୋଗଦେଇଥିଲେ । ଆଗାମୀ ନଭେମ୍ବର ୨୬ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଶ୍ରମିକନେତାମାନେ ବକ୍ତବ୍ୟରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.