Home ଜିଲ୍ଲା ପରିକ୍ରମା ନବୀନଙ୍କ ଜନ୍ମଦିନରେ ବିଧାୟକ ସଂଜୀବଙ୍କ ଶୁଭେଚ୍ଛା

ନବୀନଙ୍କ ଜନ୍ମଦିନରେ ବିଧାୟକ ସଂଜୀବଙ୍କ ଶୁଭେଚ୍ଛା

15

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଦିବସ ରାଜ୍ୟବ୍ୟାପୀ ବିଭିନ୍ନ ମହଲରେ ପାଳିତ ହୋଇଯାଇଛି। ତେବେ ଏହି ଅବସରରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ରାଜ୍ୟ ତଥା ରାଜ୍ୟବାସୀଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ଜନନାୟକ ଏବଂ ସମଗ୍ର ଦେଶରେ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ପରିଚିତ କରାଇଥିବା ମହାନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏବଂ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଙ୍କ ଅପାର କରୁଣାରୁ ସେ ସଦାସର୍ବଦା ସୁସ୍ଥ ରୁହନ୍ତୁ ବୋଲି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.