Home ଜିଲ୍ଲା ପରିକ୍ରମା ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଧାମରାଇଙ୍କ ପାଖରେ ଦ୍ୱୀପ ଦାନ

ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଧାମରାଇଙ୍କ ପାଖରେ ଦ୍ୱୀପ ଦାନ

16

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜର ସର୍ଭିକାଲ ଆର୍ଥାଇଟିସ ଚିକିତ୍ସା ପାଇଁ ମୁମ୍ବାଇର କୋକିଳବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନ କରି ଆଜି ଧାମରାଇ ମନ୍ଦିରରେ ସମୂହ ଦ୍ୱୀପଦାନ କରିବା ସହ ତାଙ୍କର ଉଜ୍ୱଳମୟ ଭବିଷ୍ୟତ ମଧ୍ୟ କାମନା କରିଥିଲେ। ଆଜି ଏଥିପାଇଁ ଏକ ରାଲି ବାହାରି ଧାମରାଇ ମନ୍ଦିର ନିକଟରେ ପହଂଚିଥିଲା। ପରେ ଶତାଧିକ ବିଜେଡି କର୍ମୀ ଏବଂ ଅଂଚଳବାସୀ ସମୂହ ଦ୍ୱୀପ ଦାନ କରିଥିଲେ। ଆଜି ହୋଇଥିବା ଏହି ରାଲି ଏବଂ ଦ୍ୱୀପ ଦାନ ସମୟରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧାମରା ଜୋନ ର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା, ୨ନଂ ଜୋନର ଜିଲ୍ଲା ପରିଷଦ ରଞନ କୁମାର ସାହୁ, ଜିଲ୍ଲା ପରିଷଦ ପ୍ରିନ୍ସ ରାକେଶ ନାୟକ, ସେନା କର୍ମଚାରୀ ପ୍ରିୟରଞନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ବିଳାସିନୀ ଦାସ, ପରୀକ୍ଷିତ ଦାସ, ପୂର୍ବତନ ସରପଂଚ ବନବିହାରୀ ମାଇତି, ସୁଶାନ୍ତ ମାଝୀ, ନିରାକାର ପ୍ରଧାନ, ଅନନ୍ତ ବିଶ୍ୱାଳ, ସମାଜସେବୀ ନିରଞ୍ଜନ ମଣ୍ଡଳ ଜାଗୁଳା ପଂଚାୟତ ସରପଂଚ ସୁରେଶ ସେଠୀଙ୍କ ସମେତ ବହୁ ବିଜେଡି କର୍ମୀ ଏବଂ ଅଂଚଳବାସୀ ଉପସ୍ଥିତ ରହିବା ସହ ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.