ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧି ଶୈବକ୍ଷେତ୍ର ଆଖଣ୍ଡଳମଣି ପୀଠ ନିକଟସ୍ଥ ତାରିଣୀ ଛକରେ ନବରାତ୍ର ନାମଯଜ୍ଞ ସହ ହରିହାଟ ଓ ଭାଗବତ ପଠନ ଅନୁଷ୍ଠିତ ହୋଇଛି। ୯ଦିନ ଧରି ନାମଯଜ୍ଞ ମଣ୍ଡପରେ ଘଟ ପୂଜା, ଦ୍ୱାରପାଳ ପୂଜା, ପାର୍ଶ୍ୱଦେବତା ପୂଜା ସହ ଭାଗବତ ପଠନ କରାଯାଇଥିଲା। ନାମଯଜ୍ଞ ପ୍ରାରମ୍ଭରୁ ସଂକିର୍ତନ ସହ ଛତ୍ର, ଆଲଟ ଚାମର ଦ୍ୱାରା ୯ଗୋଟି କଳସ ଶୋଭାଯାତ୍ରାରେ ବାହାରି ଆରଡି ପୀଠ ନଗର ପରିକ୍ରମା କରିବା ପରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସମ୍ମୁଖରେ ଥିବା ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ଘଟ ଉତୋଳନ କରାଯାଇ ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ନାମଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁଭକ୍ତମାନେ ହରିହରଙ୍କୁ ଏକତ୍ର ଦର୍ଶନ କରିବା ସହ ପୂଜା ଲାଗି କରିଥିଲେ। ପ୍ରତିଦିନ ସନ୍ଧ୍ୟାରେ ନାମଯଜ୍ଞ ସହ ୫୧ଜଣଙ୍କ ଦ୍ୱାରା ଭାଗବତ ପଠନ ଓ ପାରାୟଣ ଆଦି ଅନୁଷ୍ଠିତ ହୋଇଥିଲା।








