Home ଜିଲ୍ଲା ପରିକ୍ରମା ନବରାତ୍ର କିର୍ତନ ପାଇଁ ଆଖଣ୍ଡଳମଣି ଶିବଗଙ୍ଗା ପୁଷ୍କରିଣୀରୁ ଉଠିଲା ଘଟ, ଉତ୍ସବମୁଖର ଶୈବକ୍ଷେତ୍ର

ନବରାତ୍ର କିର୍ତନ ପାଇଁ ଆଖଣ୍ଡଳମଣି ଶିବଗଙ୍ଗା ପୁଷ୍କରିଣୀରୁ ଉଠିଲା ଘଟ, ଉତ୍ସବମୁଖର ଶୈବକ୍ଷେତ୍ର

15

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମାଘମାସରେ ପରମ୍ପରା ଅନୁଯାୟୀ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମସ୍ଥ ତାରିଣୀଛକ ନିକଟରେ ନବରାତ୍ର କିର୍ତନ ଆରମ୍ଭ ହୋଇଛି। ଏହି କିର୍ତନ ଶ୍ରୀପଂଚମୀ ଯାଏଁ ଅନୁଷ୍ଠିତ ହେବା ସହ ହରିହାଟ, ଭାଗବତ ପାରାୟଣ କରାଯାଉଛି। ନବରାତ୍ର ପ୍ରାରମ୍ଭରୁ ୨୧ଗୋଟି ଘଟ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଉଠାଯାଇ ଶତାଧିକ ଭକ୍ତଙ୍କ ଗହଣରେ ସଂକିର୍ତନ ଓ ଘଂଟବାଦ୍‌୍ୟ ଦ୍ୱାରା ଆରଡିପୀଠ ସମେତ ନାନ୍ଦପୁର, ଭୁଇଁପୁର, କୋଇଲିଖା, ବାଙ୍କମୁଆଁ, ପହଣା, ପାଲଟପୁର ଆଦି ୨୧ଖଣ୍ଡ ଗାଁ ନଗରୀ କରାଯାଇ ତାରିଣୀଛକରେ ପ୍ରସ୍ତୁତ ଆସ୍ଥାନରେ ସ୍ଥାପନ କରାଯାଇଥିଲା। ସେଠାରେ ନଅଦିନ ଧରି ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଅନ୍ନଭୋଗ ଲାଗି କରାଯାଉଛି। ପ୍ରତିଦିନ ହରିହର ଭେଟ ସହ ନାମସଂର୍କିତନରେ ଉତ୍ସବ ମୁଖର ହୋଇ ଉଠୁଛି ସମଗ୍ର ପୀଠ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.