Home ଜିଲ୍ଲା ପରିକ୍ରମା ନବବର୍ଷର ୧ମ ଜନସେବା ଦିବସରେ ବର୍ଦ୍ଧିତ ଭତା ବିତରଣ ସମାରୋହ, ଜିଲ୍ଲାରେ ପାଇଲେ ୧୫ ହଜାର...

ନବବର୍ଷର ୧ମ ଜନସେବା ଦିବସରେ ବର୍ଦ୍ଧିତ ଭତା ବିତରଣ ସମାରୋହ, ଜିଲ୍ଲାରେ ପାଇଲେ ୧୫ ହଜାର ୩୨୯ ଜଣ, ଅପେକ୍ଷାରେ ୭୦୨୪ଜଣ

3

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ରାଜ୍ୟ ସରକାରଙ୍କ ନିର୍ଦେଶାନୁଯାୟୀ ଭଦ୍ରକ ପଂଚାୟତ ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଟାଉନହଲ ରେ ବର୍ଦ୍ଧିତ ଭତା ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାରା ରାଜ୍ୟ ପାଈଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କେଉଁଝର ଠାରେ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଆଭାସୀ ଜରିଆରେ ଏଠାରେ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳ ଦିଲୀପ ରାଉରାଏଙ୍କ ଅଧକ୍ଷତାରେ ଏକ ସାଧାରଣ ସଭା ଓ ବର୍ଦ୍ଧିତ ଭତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମ କୁ ଉଦଘାଟନ କରି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ବ୍ଲକ ଅଧକ୍ଷ୍ୟା ଉର୍ମିଳା ନାୟକ, ଭଦ୍ରକ ବି.ଡି.ଓ ସୀତାକାନ୍ତରାଉତ ଓ ସଂଯୋଜକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ଯୋଗ ଦେଇଥିଲେ । ଭତା ବାଂଟିବା ଆରମ୍ଭ ଦିବସ ପ୍ରତି ମାସର ୧୫ ତାରିଖ କୁ ଜନ ସେବା ଦିବସ ଭାବେ ବିବେଚିତ କରାଯାଇଛି । ନବ ବର୍ଷର ପ୍ରଥମ ଜନ ସେବା ଦିବସ ଭାବେ ଜାନୁଆରୀ ୧୫ ରେ ସରକାରଙ୍କ ଘୋଷଣା ଅନୁଯାୟୀ ଅତିଥିମାନଙ୍କ ଦ୍ୱାରା କାର୍ଯ୍ୟକ୍ରମରେ ଉପସ୍ଥିତ ଯୋଗ୍ୟ ହିତାଧିକାରୀମାନଙ୍କୁ ବର୍ଦ୍ଧିତ ଭତା ପ୍ରଦାନ କରଯାଇଥିଲା । ସୂଚନା ଯୋଗ୍ୟକି ୮୦ ବର୍ଷ ବୟସ ବା ତହିଁରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ୮୦% ବା ତହିଁରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ମାନଙ୍କୁ ବର୍ଦ୍ଧିତ ଭତା ୩ ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଗଲା । ଏହି ଭତା ସେମାନଙ୍କୁ ପୂର୍ବରୁ ୧୨ ଶହ ଟଙ୍କା ଲେଖାଏଁ ମିଳୁଥିଲା । ପ୍ରକାଶ ଥାଉ କି ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳ ମିଶି ସମୁଦାୟ ୧୫,୩୨୯ ଜଣ ଏହି ବର୍ଦ୍ଧିତ ଭତା ପାଇବା ପାଈଁ ଅନୁମୋଦିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୮୦ ବର୍ଷ ବା ତହିଁରୁ ଊର୍ଦ୍ଧ୍ୱ ବୟସର ୭,୩୬୮ ଜଣ, ୮୦% ବା ତହିଁରୁ ଊର୍ଦ୍ଧ୍ୱ ଦିବ୍ୟା ଙ୍ଗ ବର୍ଗର ୪୧୦ ଜଣ ଏବଂ ମଧୁବାବୁ ଭତା ଯାଜନାରେ ୮୦ ବର୍ଷ ବା ତହିଁରୁ ଊର୍ଦ୍ଧ୍ୱ ବୟସର ୬,୬୨୯ ଜଣ, ୮୦% ବା ତହିଁରୁ ଊର୍ଦ୍ଧ୍ୱ ଦିବ୍ୟା ଙ୍ଗ ବର୍ଗର ୯୨୨ ଜଣ ଏହି ବର୍ଦ୍ଧିତ ଭତା ପାଇବା ପାଇଁ ତାଲିକା ଭୁକ୍ତ ହୋଇଛନ୍ତି ।ସମ୍ପୃକ୍ତ ଏହି ସମସ୍ତ ବର୍ଗରେ ୧୩-୦୧-୨୦୨୫ ସୁଧା ଜିଲ୍ଲାର ବାକିଥିବା ୭୦୨୪ ଜଣଙ୍କୁ ଏହି ବର୍ଦ୍ଧିତ ଭତା ପ୍ରଦାନ ପାଈଁ ଅତିରିକ୍ତ ଆବଶ୍ୟକ ଅର୍ଥ ପ୍ରଦାନ ପାଈଁ ସରକାରଙ୍କୁ ଅବଗତ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି । ଭତା ପାଉଥିବା ହିତାଧିକାରୀ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି,ସମ୍ପୃକ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ । ଭଦ୍ରକ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟଜିତ ବେହେରା ଏବଂ ଅନ୍ୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନରେ ଅନୁସାଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.