Home ଓଡ଼ିଶା ନବବର୍ଷର ଶୁଭେଚ୍ଛା ପାଇଁ ପୁଷ୍ପଗୁଚ୍ଛ ଓ ଉତରୀୟରେ ଅର୍ଥବ୍ୟୟ ନକରି କଂଗ୍ରେସ ଦଳକୁ ଦାନକରିବାକୁ ନିବେଦନ...

ନବବର୍ଷର ଶୁଭେଚ୍ଛା ପାଇଁ ପୁଷ୍ପଗୁଚ୍ଛ ଓ ଉତରୀୟରେ ଅର୍ଥବ୍ୟୟ ନକରି କଂଗ୍ରେସ ଦଳକୁ ଦାନକରିବାକୁ ନିବେଦନ କଲେ ନିରଞ୍ଜନ

78

ଭୁବନେଶ୍ୱର ୩୧.୧୨ (ଓଡ଼ିଆ ପୁଅ) – ବିଗତ ଦୁଇବର୍ଷ ସାରା ପୃଥିବୀ ପାଇଁ ଦୁଃଖର ବର୍ଷ ଥିଲା। ଭାରତ ବର୍ଷରେ ମଧ୍ୟ କରୋନା ମହାମାରୀକୁ ନେଇ ଦୁଃଖଦାୟକ ବର୍ଷ ଭାବେ ସରିଲା। ବେରୋଜଗାରୀ, ଆର୍ଥିକ ଦୂରାବସ୍ଥା ଏବଂ ମହାମାରୀ କରୋନାର ଭୟ ସାଧାରଣ ଜନତାଙ୍କ ଜୀବନକୁ ଦୁର୍ବିସହ କରିପକାଇଛି। ବର୍ତମାନ ସୁଦ୍ଧା କରୋନା ମହାମାରୀର ପରିସମାପ୍ତି ଘଟିନାହିଁ। ବିଷେଷଜ୍ଞମାନେ କହୁଛନ୍ତି ଓମିକ୍ରନ ଯୋଗୁଁ ତୃତୀୟ ଲହର ଭାରତବର୍ଷ ଦେଖିବ। ୨୦୨୨ ମସିହାଟି ରାଜ୍ୟର ତଥା ଦେଶର ଲୋକମାନେ ସୁଖ, ଶାନ୍ତିରେ ଜୀବନଯାପନ କରନ୍ତୁ। ନୂଆବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ପ୍ରିତି, ମୈତ୍ରି, ଏକତା ଓ ପ୍ରଗତିର ବର୍ଷ ହେଉ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁସ୍ଥ ନିରାମୟ ଜୀବନ କାମନା ଏବଂ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିିନନ୍ଦନ ଜଣାଇଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଏହି ଅବସରରେ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ପୁଷ୍ପଗୁଚ୍ଛ ଓ ଉତରୀୟରେ ଅର୍ଥ ବ୍ୟୟ ନକରି ସେହି ଅର୍ଥକୁ ରାଜ୍ୟର ହିତପାଇଁ କଂଗ୍ରେସ ଦଳକୁ ଦାନ କରିବାକୁ ରାଜ୍ୟବାସୀ ଓ କଂଗ୍ରେସ ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି ଶ୍ରୀ ପଟ୍ଟନାୟକ। ଏହି ବର୍ଷର୍ଟି ନିର୍ବାଚନ ବର୍ଷ, ବର୍ତମାନ ସମୟରେ ଗଣତନ୍ତ୍ରକୁ ବେପାର ହିସାବରେ ଅର୍ଥମାଧ୍ୟମରେ ଶାସନକୁ ଅକ୍ତିଆର କରିବାକୁ ଚେଷ୍ଟା କରାଯାଉଛି। ଆମେ କଂଗ୍ରେସ ଦଳ ତରଫରୁ ଆପ୍ରାଣ ଚେଷ୍ଟା କରୁଛୁ ସେହି ଗାନ୍ଧୀ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କିପରି ଗଣତନ୍ତ୍ରର ମୂଲ୍ୟବୋଧକୁ ବୁଝି ନିର୍ବାଚନ ଲଢ଼ିବା ପାଇଁ। ଯୁବକମାନଙ୍କର ଅବସ୍ଥାର ଉନ୍ନତି ଘଟୁ ମା ଭଉଣୀଙ୍କ ମାନଙ୍କୁ ସୁରକ୍ଷା ମିଳୁ। ଏ ନିର୍ବାଚନରେ ଚାଷୀ ଭାଇ, ଦରିଦ୍ରସୀମାରେଖା ତଳେ ଥିବା ଲୋକମାନଙ୍କୁ ଏବଂ ଅନ୍ୟାନ୍ୟ ବର୍ଗ ସମସ୍ତଙ୍କୁ ସାମିଲ କରି ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ବଧ। ଅର୍ଥ ବଦଳରେ ଭୋଟ କିଣିବାକୁ କଂଗ୍ରେସ ପ୍ରତି ସ୍ତରରେ ବିରୋଧ କରିବ। କାରଣ ବର୍ତମାନ ଦେଶରେ ଗୋଟିଏ ଟ୍ରେଣ୍ଡ ଆରମ୍ଭ ହେଲାଣି ଓବିସିଙ୍କୁ ବାଦଦେବା ପାଇଁ, ତାହା ଠିକ୍ ନୁହେଁ। ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ପରିଚାଳନା କରି ଓବିସି ଗ୍ରୁପକୁ ମଧ୍ୟ ସାମିଲ କରିବାର ଆବଶ୍ୟକତା ରହିଛି। ସରକାର ଏ ବିଷୟରେ ଉପଲବ୍ଧ କରି ଏବଂ ଲୋକଙ୍କ ସୁଖ ଶାନ୍ତି ଏବଂ ଆର୍ଥିକ ଅବସ୍ଥାର ଉନ୍ନତି କରି ସବୁବର୍ଗଙ୍କୁ ସାମିଲ କରି ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେବି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସରକାରଙ୍କ ଉପରେ ଆଶା ଓ ବିଶ୍ୱାସ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.