Home ଜିଲ୍ଲା ପରିକ୍ରମା ନବବଧୂ ହତ୍ୟା ଘଟଣାରେ ସ୍ୱାମୀକୁ ଗିରଫ କରି ମୁଖ୍ୟ ଅଭିଯୁକ୍ତ ଶାଶୁ ଶ୍ୱଶୁର ଦିଅରକୁ ଛାଡି...

ନବବଧୂ ହତ୍ୟା ଘଟଣାରେ ସ୍ୱାମୀକୁ ଗିରଫ କରି ମୁଖ୍ୟ ଅଭିଯୁକ୍ତ ଶାଶୁ ଶ୍ୱଶୁର ଦିଅରକୁ ଛାଡି ଦେଉଛି ପୋଲିସ, ନ୍ୟାୟ ଅପେକ୍ଷାରେ ପରିବାର

38

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିନିମାସରୁ ଅଧିକ ହେବ ନବବଧୂ ହତ୍ୟା ଘଟଣା କୁ ୪୦ଦିନରୁ ଅଧିକ ଦିନ ବିତି ଯାଇ ଥିଲେ ମଧ୍ୟ୍ୟ ବାଂଶଡା ପୋଲିସ ସ୍ୱାମୀକୁ ଗିରଫ କରି ମୁଖ୍ୟ ଅଭିଯୁକ୍ତ ଶାଶୁ ଗୌରି ମାଝୀ, ଶ୍ୱଶୁର ବାବୁଲା ମାଝୀ, ଦିଅର ଦିପୁନ ମାଝୀଙ୍କୁ ଗିରଫ କରିବାରେ ବିଫଳ ଏବେବି ବଧୂହତ୍ୟା ଅଭିଯୁକ୍ତ ଖୁଲମ ବୁଲୁଥିବା ଦେଖିବାକୁ ମିଳିଛି। ପୂର୍ବ ସୂଚନା ମୁତାବକ ବାଂଶଡା ଥାନା ବଜରାପୁର ପଂଚାୟତ ଷଣ୍ଡଗଡା ଗ୍ରାମରେ ନାହାକଣୀ ଡ଼ିହି ଥାନା ଅଧିନ କରଞ୍ଜ ଅଡ଼ିଆ ଗ୍ରାମରେ ଚକ୍ରଧର ମାଝୀଙ୍କ ବଡଝିଅ ମାମାଲି ମାଝୀ ବଜରାପୁର ପଂଚାୟତ ଷଣ୍ଢଗଡା ଗ୍ରାମରେ ବାବୁଲା ମାଝୀଙ୍କ ପୁଅ ଦିପୁନ ମାଝୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ମାତ୍ର ତିନିମାସ ପରେ ଅଧିକ ଯୌତୁକ ଦାବିକରି ସ୍ୱାମୀ ଘରେ ନଥିବା ବେଳେ ଶ୍ୱଶୁର, ଶାଶୁ, ଓ ଦିଅର ତଂଟି ଚିପି ହତ୍ୟା କରିଥିବା ନେଇ ଘେଂଟଶ୍ୱର ଫାଣ୍ଡିରେ ଝିଅର ବାପା ଚକ୍ରଧର ମାଝୀ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ୧୫ରୁ ଅଧିକ ଦିନପରେ ପୋଲିସ ଏବଂ ବଧୂ ହତ୍ୟା ପରିବାରଙ୍କ ସାଲାସୁତୁରା ରେ ବାହାର ରାଜ୍ୟରେ କାର୍ଯ୍ୟରତ ଥିବା ସ୍ୱାମୀକୁ ପୋଲିସରେ ହସ୍ତାନ୍ତର କରି ପରିବାରର ମୁଖ୍ୟ ଅଭିଯୁକ୍ତ ମାନେ ଖସି ଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଏହାରି ଭିତରେ ନବବଧୂ ହତ୍ୟା ଘଟଣାଟି ୪୦ରୁ ଅଧିକ ଦିନ ହୋଇଯାଇଥିଲେ ମଧ୍ୟ୍ୟ ମାମଲାର ତଦନ୍ତ ଗୋଟିଏ ଦିଗରେ ଗଲାନି ବୋଲି ଅଭିଯୋଗ ଉଠିଛି। ପୋଲିସ ମାତ୍ର ସ୍ୱାମିକୁ ଗିରଫ କରିଥିଲେ, କିନ୍ତୁ ଘଟଣାରେ ମୁଖ୍ୟ ଭୂମିକା ଥିବା ଅଭିଯୋଗ ଥିବା ଶାଶୁ, ଶଶୁର ଓ ଦିଅରକୁ ଛାଡି ଦେଇଥିବାରେ ପରିବାର ଲୋକେ ପୋଲିସ ଉପରେ ଅସନ୍ତୋଷ ଜଣାଇଛନ୍ତି। ପରିବାର ପକ୍ଷ ତାଙ୍କ ହତ୍ୟା ହୋଇଥିବା ଅଭିଯୋଗ ଆଣି ସ୍ୱାମି ସହିତ ଶାଶୁ, ଶଶୁର ଓ ଦିଅର ଉପରେ ମାମଲା ରୁଜୁ କରିଥିଲେ। କିନ୍ତୁ ଦୀର୍ଘ ସମୟ ବିତିଲେ ମଧ୍ୟ୍ୟ ପୋଲିସ ମାତ୍ର ସ୍ୱାମିକୁ ଗିରଫ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଛାଡି ଦେଇଥିବାରେ ପରିବାର ଓ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ପରିବାର ପକ୍ଷର ଅଭିଯୋଗ, ତଦନ୍ତରେ ଅସମତା ଓ ପ୍ରଭାବଶାଳୀଙ୍କ ଚାପ ଫଳରେ ମୁଖ୍ୟ ଅଭିଯୁକ୍ତମାନେ ମୁକ୍ତ ଘୁରୁଛନ୍ତି। ସେମାନେ ଦାବି କରିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନିଷ୍ପକ୍ଷ ତଦନ୍ତ କରାଯାଉ। ଏପରି ଅବସ୍ଥାରେ ଘଟଣା ନେଇ ପୁନରାୟ ଆନ୍ଦୋଳନ ଓ ପ୍ରତିବାଦ ହେବାର ସଙ୍କେତ ମିଳୁଛି।ପୋଲିସ ପକ୍ଷରୁ କେଶରେ କାର୍ଯ୍ୟଭାର ନେଇଥିବା ଘେଂଟଶ୍ୱର ପୂର୍ବତନ ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି କାର୍ଯ୍ୟରେ ଶିଥିଳତା କରି ବାଂଶଡା ସି ପାତ୍ରଙ୍କୁ ହସ୍ତାନ୍ତର କରି ଥିବା ଦେଖିବାକୁ ମିଳିଛି।ତଥାପି କୁହାଯାଇଛି ଯେ ତଦନ୍ତ ଚାଲିଛି ଓ ଆବଶ୍ୟକ ସାକ୍ଷ୍ୟ ମିଳିଲେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। କିନ୍ତୁ ବଧୂ ମୃତ୍ୟୁ ପରେ ମାସ ଗଡିଯାଇଥିବା ସତ୍ୱେ ନ୍ୟାୟ ମିଳିନଥିବାରେ ଗ୍ରାମବାସୀ ଓ ଝିଅର ପରିବାର ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.