Home ଜିଲ୍ଲା ପରିକ୍ରମା ନବବଧୂ ସୁଭଦ୍ରାଙ୍କୁ ହତ୍ୟା ଅଭିଯୋଗ,ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ

ନବବଧୂ ସୁଭଦ୍ରାଙ୍କୁ ହତ୍ୟା ଅଭିଯୋଗ,ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ

5

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ଓଲଡାଙ୍ଗ ଗ୍ରାମରେ ନବ ବିବାହିତା ସୁଭଦ୍ରା ପଣ୍ଡା (୨୧)ଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଖବରରୁ ପ୍ରକାଶ ଭଦ୍ରକ ଜିଲ୍ଲା ବାଲୁଅ ଶାସନ ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ଝିଅ ସୁଭଦ୍ରା ଏହି ଥାନା ଅଧିନ ଓଲଡାଙ୍ଗ ଗ୍ରାମର ସୁଦର୍ଶନ ପଣ୍ଡାଙ୍କ ପୁଅ ଜ୍ୟୋତି ରଞ୍ଜନଙ୍କୁ ବିବାହ କରିଥିଲେ । ବିବାହର ୮ ମାସ ପରେ ସୁଭଦ୍ରା ୩ ମାସର ଗର୍ଭବତୀ ଥିଲେ । ପରିବାର ପକ୍ଷରୁ ସ୍ୱାମୀ ଜ୍ୟୋତିରଞ୍ଜନ,ଦିଅର ତପନ,ଶଶୁର ସୁଦର୍ଶନ, ଶାଶୁ ନୟନା ତାଙ୍କୁ ବିଭିନ୍ନ ସମୟରେ ଯୌତୁକ ଦାବି କରି ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ତେବେ ସୋମବାର ମଧ୍ୟାହ୍ନରେ ସୁଭଦ୍ରା ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଖବର ପଡୋଶୀଙ୍କ ଠାରୁ ପାଇ ବାପ ଘର ଲୋକେ ଆଗରପଡା ଡାକ୍ତରଖାନାରେ ପହଚିଂ ଥିଲେ । ଆଗରପଡା ଡାକ୍ତରଖାନାରେ ସୁଭଦ୍ରାଙ୍କ ମର ଶରୀର ରହିଥିବା ବେଳେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ତାଙ୍କୁ ବାଲୁଅ ଶାସନ ଗ୍ରାମରେ ଏକ ଶୋକାକୂଳ ପରିବେଶ ମଧ୍ୟରେ ଦାହ କରାଯାଇଛି । ଉପରୋକ୍ତ ଘଟଣା ନେଇ ଆଗରପଡା ଥାନାରେ ସୁଭଦ୍ରା ପରିବାରଙ୍କ ପକ୍ଷରୁ ଅଭିଯୋଗ ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସଙ୍ଗେ ସଙ୍ଗେ ଶାଶୁ ନୟନାଙ୍କୁ ଥାନାରେ ଅଟକ ରଖିଛି । ଅନ୍ୟ ମାନେ ଫେରାର ଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବାପ ଘର ଲୋକେ ଆଜି ଏସପିଙ୍କୁ ସାକ୍ଷାତ୍ କରିଛନ୍ତି । ତେବେ ଓଲଡାଙ୍ଗ ଗ୍ରାମବାସୀ ସୁଭଦ୍ରାଙ୍କ ସ୍ୱାମୀ ଜ୍ୟୋତିରଞ୍ଜନଙ୍କର ଆତ୍ମହତ୍ୟା ସହ କୌଣସି ସଂପର୍କ ନଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.