Home ଜିଲ୍ଲା ପରିକ୍ରମା ନବନିର୍ମାଣ ଯୁବଛାତ୍ର ସଂଗଠନର ଛାତ୍ର ଜାଗୃତି ଅଭିଯାନ

ନବନିର୍ମାଣ ଯୁବଛାତ୍ର ସଂଗଠନର ଛାତ୍ର ଜାଗୃତି ଅଭିଯାନ

20

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବନିର୍ମାଣ ଯୁବଛାତ୍ର ସଂଗଠନର ଛାତ୍ର “ଜାଗୃତି ଅଭିଯାନ” ଆଜି ଭଦ୍ରକ ସାମ୍ଭାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୁବଛାତ୍ର ରାଜ୍ୟ ସଂଯୋଜକ ଏମ୍‌.ଡି ମନୱର ଅଲ୍ଲୀ, ଯୁବଛାତ୍ର ଜିଲ୍ଲା ସଂଯୋଜକ ଜ଼ହିର ଖାନଙ୍କ ନେତୃତ୍ୱରେ ନବନିର୍ମାଣର କର୍ମକର୍ତାମାନେ ଯୋଗଦେଇଥିଲେ। ଭାଗବତୀ କଲିୟାଣୀ ମଣ୍ଡବ ନିକଟରେ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରି ମନୱର ଅଲ୍ଲୀ କହିଛନ୍ତି ଯେ, ଆଜିର ଛାତ୍ରଛାତ୍ରୀମାନେ କାଲିର ଭବିଷ୍ୟତ। ଦେଶକୁ ଗଢ଼ି ତୋଳିବାରେ ସେମାନଙ୍କ ପ୍ରମୁଖ ଭୂମିକା ରହିଛି। କିନ୍ତୁ, ଯୁବଛାତ୍ରଙ୍କ ଉପରେ କଲେଜ କ୍ୟାମ୍ପସରେ ଅତ୍ୟାଚାର ହେଉଛି। ସୌମ୍ୟାଶ୍ରୀ ଯେଭଳି ରାଜନୈତିକ ଷଡ଼ଷନ୍ତ୍ରର ଶୀକାର ହୋଇ ନିଜେ ଜଳିଗଲେ ସିନା, ଅନ୍ୟମାନଙ୍କୁ ପାଇଁ ଆଦର୍ଶ ହୋଇଛନ୍ତି। ଆମେ ତାଙ୍କୁ ସହୀଦର ମାନ୍ୟତା ଦେଇଛୁ। ତାଙ୍କ ସ୍ମୃତିରେ ସାରା ଓଡ଼ିଶାରେ ଏହି ଛାତ୍ର ଜାଗୃତି ଅଭିଯାନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ହାତକୁ ହାତ ମିଶାଇ ଏ ଦେଶର ମହାନ ମନୀକ୍ଷୀ ସୁବାଷ ବୋଷ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ୍‌, ଲାଲ ବାହାଦୂର ଶାସ୍ତ୍ରୀ, ମହାତ୍ମା ଗାନ୍ଧୀ ଏମାନଙ୍କ ଅନୁସରଣ କରି ଜୟପ୍ରକାଶଙ୍କ ରାସ୍ତାରେ ଛାତ୍ର ସମାଜ ଏକଜୁଟ ହେଲେ, ଛାତ୍ର ସମାଜ ମୁକ୍ତିର ପଥ ଦେଖିବ। ଅଗଷ୍ଟ ୪ରୁ ୧୮ ଯାଏଁ ବାଲେଶ୍ୱରରୁ ଭୁବନେଶ୍ୱର ପଦଯାତ୍ରା ଚାଲିବ। ଏଥିରେ ସମସ୍ତ ଛାତ୍ରଛାତ୍ରୀମାନେ ସାମିଲ ହେବା ପାଇଁ ଶ୍ରୀ ଅଲ୍ଲୀ ନିବେଦନ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ସବିର ଖାନ, ସେକ ଭୁଟୁ ଯାନ ଖାନ, ସେକ ରାଜା, ସେକ ସରଫରାଜ ଟିଙ୍କୁ ଖାନ, ସାଜିଦ ଖାନ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.