Home ଜିଲ୍ଲା ପରିକ୍ରମା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

6

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାନମଣ୍ଡିର ଅବ୍ୟବସ୍ଥା, ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ ଆଦି ବିଭିନ୍ନ ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ, ଭଦ୍ରକ ଶାଖା ପକ୍ଷରୁ ଆଜି ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ଜିଲାର ବିଭିନ୍ନ ମଣ୍ଡିରେ ଆଜି ହଜାର ହଜାର ବସ୍ତା ଧାନ ପଡିରହିଛି। ୫ ତାରିଖରୁ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ଚାଷୀ ରାତିରେ ଶୀତ କାକରରେ ବସିରହିଛି, ଧାନ ବିକ୍ରି କରିପାରୁନାହିଁ। ଏପଟେ ଟୋକନର ଅବଧି ଶେଷ ହେବାକୁ ବସିଲାଣି। ଧାନ ବିକ୍ରି ନହେବା ଫଳରେ ଚାଷୀ ଏବେ ପାରିବାରିକ ଆର୍ଥରô୍କ ଅନାଟନରେ ପଡି କ୍ୱିଂଟାଲ ପିଛା ୧୬୦୦ ରୁ ୧୭୦୦ ଟଙ୍କାରେ ଧାନ ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛି। ଏଭଳି ପରିସ୍ଥିତିରେ ପ୍ରଶାସନ ଜାଣି ଅଜଣା ଭଳି ଭୂମିକା ଗ୍ରହଣ କରିବା ଦ୍ୱାରା ଚାଷୀଙ୍କ ଦୁର୍ଦ୍ଦଶା ବଢିଚାଲିଛି। ସେହିପରି ଓଡ଼ିଶା ସରକାର ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ବିପୁଳ ଅର୍ଥ ଜରିମାନା ଆଦାୟ କରୁଛନ୍ତି। ଅନ୍ୟପଟେ ବଡ ବଡ କଂପାନୀମାନଙ୍କ କଳକାରଖାନାରୁ ନିର୍ଗତ ହେଉଥିବା ପ୍ରଦୂଷଣ ସମସ୍ୟାକୁ ରୋକିବାରେ ବିଫଳ ହୋଇଛନ୍ତି। ଏହିସବୁ ବେଆଇନ୍ ଫାଇନ୍ ଗୁଡିକୁ ରଦ୍ଦ କରିବା ପାଇଁ ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେହିପରି ଟାଟା ପାୱାର ଦ୍ୱାରା ସ୍ମାର୍ଟ ମିଟର ନାମରେ ଶୋଷଣ ଓ କୃଷିମନ୍ତ୍ରୀଙ୍କ ଉପସ୍ଥିତିରେ ଗୁଣ୍ଡାଙ୍କ ଦ୍ୱାରା ନବନିର୍ମାଣ ନେତୃତ୍ୱଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆସନ୍ତା ଜାନୁଆରୀ ୨୮ ତାରିଖ ସକାଳ ୬ ରୁ ଦିନ ୨ଟା ପର୍ଯ୍ୟନ୍ତ ରାଜ୍ୟ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ନିର୍ଦ୍ଦେଶ କ୍ରମେ ଚାଷୀ, ମହିଳା, ଯୁବକ, ଛାତ୍ର ସଂଗଠନ, ବ୍ୟବସାୟୀ, ବୁଦ୍ଧିଜୀବୀମାନେ ଭଦ୍ରକ ବନ୍ଦକୁ ସଫଳ କରିବା ପାଇଁ ନବନିର୍ମାଣ କୃଷକ ସଂଗଠନ,ଭଦ୍ରକ ଶାଖାର ଜିଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସତ୍ୟନାରାୟଣ ନାୟକ, ସୀତାକାନ୍ତ ସାହୁ, ଜାହିଲ ଖାନ୍ ପ୍ରମୁଖ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.