Home ଜିଲ୍ଲା ପରିକ୍ରମା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

41

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଜିଲ୍ଳା ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ଦାବିନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧାମନଗର ବିଡ଼ିଓଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ଧାମନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଳା ଶ୍ରମିକ ସଂଗଠନ ସମନ୍ୱୟ ସମିତି ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯିବା ସହ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଜନାରେ ଘର ଯୋଗାଇଦେବା, ଶ୍ରମିକ ମାନଙ୍କର ଝିଅ ବିବାହ କେତେଦିନ ଭିତରେ ହୋଇଥିଲେ ବ୍ଲକରେ ପଂଜିକରଣ ପାଇଁ ଆବେଦନ କରିପାରିବେ ସେଥିପାଇଁ ସମୟ ନିଦ୍ଧାରଣ, ୨୦୨୦-୨୧ କୋଭିଡ଼ ସହାୟତା ପାଇନଥିବା ଶ୍ରମିକମାନଙ୍କୁ ଯଥାଶୀଘ୍ର ପ୍ରଦାନ କରାଯିବା ଇତ୍ୟାଦି ଦାବିନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସମନ୍ୱୟ ସମିତିର ସଭାପତି ନାରାୟଣଚନ୍ଦ୍ର ନାୟକ, ଅମିୟ ନାୟକ, ଅକ୍ଷୟ ପଣ୍ଡା, କରୁଣାକର ଦାସ, ଅଶୋକ ସାହୁ, କେଶବ ଚରଣ ସାହୁ, ଅକ୍ଷୟ କୁମାର ପଣ୍ଡା, ସନ୍ତୋଷ ଗାହାଣ, ଜ୍ୟୋତିପ୍ରଜ୍ଞା ତ୍ରିପାଠୀ, ସୁବ୍ରତ ତ୍ରୀପାଠୀ, ଆନନ୍ଦ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.