Home କେନ୍ଦ୍ରାପଡ଼ା ନବଜାତକ ଶିଶୁକନ୍ୟା ଉଦ୍ଧାର

ନବଜାତକ ଶିଶୁକନ୍ୟା ଉଦ୍ଧାର

34

କେନ୍ଦ୍ରାପଡା, ୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆଜି ଅପରାହ୍ନରେ ମହାକାଳପଡା ବ୍ଲକ ଅନ୍ତର୍ଗତ ଅରିଲୋ ଗ୍ରାମର ରାସ୍ତାକଡରୁ ଏକ ନବଜାତକ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ରାସ୍ତାରେ ଏକ ଶିଶୁକନ୍ୟା ପଡିଥିବା ସମ୍ପର୍କରେ ଖବର ପାଇ ଏହି ଟିମରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ଲୁଥେରାନ ମହିଳା ସମିତି ସାର ଆୟା ଉଷାରାଣୀ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାଉନସିଲର କନକଲତା ବେହେରା ଓ ଚାଇଲଡ ଲାଇନର କର୍ମୀ ରାଜେଶ କୁମାର ବାରିକ ଏବଂ ସ୍ଥାନୀୟ ସରପଂଚ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଁଚି ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ। ମହାକାଳପଡା ଥାନା ପୋଲିସ ମଧ୍ୟ ସେଠାରେ ପହଁଚି ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.