Home କେନ୍ଦୁଝର ନନ୍ଦିପଦା ପୁଲିସ ପକ୍ଷରୁ ୩୩ଟି ବାଇକ ଜବଦ

ନନ୍ଦିପଦା ପୁଲିସ ପକ୍ଷରୁ ୩୩ଟି ବାଇକ ଜବଦ

251

ହାଟଡ଼ିହି-୨/୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା କରି ଘରେ ରହିବା ପାଇଁ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ କିଛି ଅମାନିଆ ଏହାକୁ ଭ୍ରୁକ୍ଷେପ ନକରି ବାଇକ୍‌ଧରି ବଜାର ଘାଟରେ ଚକର କାଟୁଛନ୍ତି । ପୁଲିସ ପାରୁ ପର୍ଯ୍ୟନ୍ତ ସଚେତନ କରିଥିଲେ ମଧ୍ୟ ଅଳ୍ପ କିଛି ଲୋକ ଏହି ନିୟମକୁ ନମାନି ଖୁଲାମଖୁଲା ବାଇକ ଧରି ବୁଲୁଥିବାରୁ ଆଜି ନନ୍ଦିପଦା ପୁଲିସ ମରୈଗାଁ ଓ ଛେନାପଦି ଛକରେ ୩୩ଜଣ ଅମାନିଆଁଙ୍କ ବାଇକ୍ ଗୁଡିକୁ ଜବଦ କରିଛି । ଅତ୍ୟାବଶ୍ୟକୀୟ କାମରେ କିମ୍ବା ଡାକ୍ତରଖାନା ଯାଉଥିବା ବ୍ୟକ୍ତି ମାନଙ୍କୁ ଛାଡି ଦେଇଥିବାବେଳେ କେବଳ ଲକଡାଉନଖତେିର ନକରି ବୁଲୁଥିବା ବାଇକ ଗୁଡିକୁ ଜବଦ କରାଯାଇଥିବା ନନ୍ଦିପଦା ଥାନା ଏସ.ଆଇ ପରେଶ ମହାନ୍ତି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.