Home ଜିଲ୍ଲା ପରିକ୍ରମା ନନ୍ଦପୁର ଗୋଦାମଗୃହ ନିଜ ଅକ୍ତିଆରକୁ ନେଲା ଯୋଗାଣ ବିଭାଗ

ନନ୍ଦପୁର ଗୋଦାମଗୃହ ନିଜ ଅକ୍ତିଆରକୁ ନେଲା ଯୋଗାଣ ବିଭାଗ

26

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ନନ୍ଦପୁର ବଜାରରେ ଯୋଗାଣ ବିଭାଗର ଏକ ଗୋଦାମ ଗୃହକୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯୋଗାଣ ବିଭାଗ ନିଜ ଅକ୍ତିଆରକୁ ନେଇଥିବା ଜଣାପଡିଛି । ଗତ ୨୦୦୫ ମସିହାରେ ନନ୍ଦପୁର ବଜାରରେ ଯୋଗାଣ ବିଭାଗର ଏକ ଗୋଦାମ ଗୃହ ନିର୍ମାଣ କରାଯାଇ ଯୋଗାଣ ସାମଗ୍ରୀ ମହଜୁଦ ରହୁଥିଲା । ସେହି ଗୋଦାମ ଗୃହରୁ ଯୋଗାଣ ସମଗ୍ରୀ ସମସ୍ତ ରିଟେଲର ମାନଙ୍କ ନିକଟକୁ ପଠାଯାଉ ଥିଲା। କମ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚରେ ଯୋଗାଣ ସାମଗ୍ରୀ ବଂଟନ ଦାୟିତ୍ୱରେ ଥିବା ଏଜେଂଟ ସାମଗ୍ରୀ ରିଟେଲର ମାନଙ୍କ ନିକଟରେ ପହଂଚାଇ ପାରୁଥିଲା ।ମାତ୍ର ୨୦୧୭ ମସିହାଠାରୁ ବାସୁଦେବପୁର ବ୍ରାହ୍ମଣୀଗାଁରେଥିବା ଏକ ଗୋଦାମ ଗୃହରେ ଯୋଗାଣ ସାମଗ୍ରୀ ମହଜୁଦ ରଖାଯାଇ ସେଠାରୁ ଏଜେଂଟ ମାଧ୍ୟମରେ ରିଟେଲର ମାନଙ୍କ ନିକଟକୁ ପଠାଯାଉଛି ।ମାତ୍ର ଯୋଗାଣ ବିଭାଗର କେଉଁଠି କେତେ ଗୋଦାମଗୃହ ରହିଛି ତାର ଅବସ୍ଥା ସମ୍ପର୍କରେ ଜଣାଇବା ପାଇଁ ସରକାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଓ ବ୍ଲକ ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ ନନ୍ଦପୁର ବଜାରରେ ପହଂଚି ଗୋଦାମ ଗୃହ ଚାବି ପଡିଥିବାର ଦେଖିଥିଲେ । ଗୋଦାମ ଗୃହର ଚାବିକାଠି କାହାପାଖରେ ଅଛି ତାହାର ଖବର କିଛି ମିଳିନଥିଲା । ଯେଉଁଥିପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ବେହେରା ତିନୋଟି ଗୋଦାମ ଗୃହରେ ତିନିଟି ଚାବି ପକାଇ ସିଲ କରିଦେଥିବା ଜଣାପଡ଼ିଛି ।ଭଦ୍ରକ ଓ ନନ୍ଦପୁରରେ ଗୋଦାମଗୃହ ଥିବାବେଳେ ବ୍ରାହ୍ମଣୀଗାଁରେ କାହିଁକି ଯୋଗାଣ ସାମଗ୍ରୀ ରଖାଯାଇ ସରକାର ଅଧିକ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚଦେଇ ଏଜେଂଟ ମାଧ୍ୟମରେ ରିଟେଲରମାନଙ୍କ ନିକଟକୁ ପଠାଉଛନ୍ତି ବୋଲି ପ୍ରଶ୍ନଉଠିଛି ।ଗୋଦାମଗୃହ ସିଲବେଳେ ଜିଲ୍ଲା ଯୋଗାଣ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ପରେ ଗୋଦାମଗୃହର ସିଲ ଖୋଲା ହେବାପରେ ଗୋଦାମ ଗୃହରେ କଣ ଅଛି ଆଉ କିଏ ବ୍ୟବହାର କରୁଥିଲା ତାହା ସ୍ପଷ୍ଟ ହେବବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.