Home କୋରାପୁଟ ନନ୍ଦପୁରରେ ବର୍ଷାଦିନିଆ ଆଳୁ ଚାଷର କ୍ଷେତ୍ର ଦିବସ ପାଳିତ

ନନ୍ଦପୁରରେ ବର୍ଷାଦିନିଆ ଆଳୁ ଚାଷର କ୍ଷେତ୍ର ଦିବସ ପାଳିତ

19

କୋରାପୁଟ ୨୮-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଆନୁକୁଲ୍ୟରେ ନନ୍ଦପୁର ବ୍ଲକ ଅନ୍ତର୍ଗତ ଖଡଗପୁରଠାରେ ବର୍ଷାଦିନିଆ ଆଳୁଚାଷର କ୍ଷେତ୍ର ଦିବସ ପାଳିତ ହୋଇଯାଇଛି ।ନନ୍ଦପୁର ବିଡିଓ ରଜନୀକାନ୍ତ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ମଧୁ ମୁଦୁଲି ,କୃଷି ସହାୟକ ଅଧିକାରୀ ମୋନାଲିସା ପାତ୍ର ,ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ବିଦ୍ୟାଧର ରାଉତ , ଆଳୁ ବିହନ କଂପାନୀର ବୈଜ୍ଞାନିକ ଅଜିତ ସିଂ,ନନ୍ଦପୁର ପଂଚାୟତର ସରପଂଚ  ବାସୁଦେବ ଖରା ପ୍ରମୁଖ ସମ୍ମନ୍ନିତ ଅତିଥି ଭାବେ ଯୋଗଦେଇ ଆଳୁ ଚାଷର ଲାଭ ସଂପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ଖଡଗପୁର ଗ୍ରାମର ଚାଷୀ ଢ଼ଧୁ ଖେମୁଣ୍ଡୁ ଜମିରେ ଆଳୁଖନନ କରାଯାଇଥିଲା ।ଚଳିତ ଖରିଫ ରୁତୁରେ ପ୍ରଗତି କୋରାପୁଟ ଦ୍ୱାରା  ଆନ୍ତର୍ଜାତୀୟ ଆଲୁ ଗବେଷଣା କେନ୍ଦ୍ର ଓ  ଓଡିଶା ସରକାରଙ୍କ ସହାୟତାରେ ଜିଲ୍ଲାର ନନ୍ଦପୁର ,ଲମତାପୁଟ ,କୋରାପୁଟ ଓ ସେମିଲିଗୁଡା ବ୍ଲକରେ ଏକ ହଜାର ଏକର ଜମିରେ ଆଳୁ ଚାଷ କରାଯାଇଥିଲା ବୋଲି ଜଣାପଡିଛି ।ଚଳିତ ରବି ରୁତୁରେ ୪୦୦ ଏକର ଜମିରେ ଆଳୁ ଚାଷ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।ପ୍ରଗତିର ସଂପାଦକ ପ୍ରଭାକର ଅଧିକାରୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ. ଲୁନା ପଣ୍ଡା ଓ ଟିମ ଲିଡର ରାମାନୁଜ ମହାପାତ୍ର ଯୋଗଦେଇ ପରିଚାଳନା କରିଥିଲେ ।ଆଳୁ ବିହନ ଉପରାଦନ କ୍ଷେତ୍ରରେ ପ୍ରଗତି କାର୍ଯ୍ୟ କରିବ ବୋଲି ସଂପାଦକ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.