Home କଟକ ନଦୀରେ ବୁଡ଼ି ଯୁବକର ମୃତ୍ୟୁ

ନଦୀରେ ବୁଡ଼ି ଯୁବକର ମୃତ୍ୟୁ

77

କଟକ – ୧୬/୧୨ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଅଡମ ମହେଶପୁର ଗ୍ରାମର ବଂଶୀଧର ମଲ୍ଲିକଙ୍କ ପୁଅ ଶରତ ମଲ୍ଲିକ (୪୮)ଙ୍କର ଆଜି ନିକଟସ୍ଥ ଗୋବରୀ ନଦୀରେ ବୁଡ଼ି ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶରତ ନିକଟସ୍ଥ ଗୋବରୀ ନଦୀରେ ଗାଧୋଇବା ବେଳେ ପାଣିରେ ଗୋଡ ଖସି ଯାଇଥିଲା। ଗ୍ରାମବାସୀମାନେ ଶରତକୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀକୁ ନେଇ ଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶରତଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣା ପଡିଛି। ଏହି ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ କଟକ ପଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.