ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବନ୍ଦାଳୋ ଗ୍ରାମର ଗ୍ରାମର ଧନେଶ୍ୱର ସାହୁ(୪୬) ଜନୈକ ବ୍ୟକ୍ତି ଆଜି ନଦୀଜଳରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛି । ଧନେଶ୍ୱର ମଧ୍ୟାନ୍ନରେ ବୈତରଣୀ ନଦୀର କଳଘର ତୁଠକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ସେଠାରେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ବୁଡିଯାଇଥିଲେ । ନିକଟରେ ଗାଧୋଉଥବା ଗ୍ରାମବାସୀମାନେ ଧନେଶ୍ୱରକୁ ଉଦ୍ଧାର କରିଥିଲେ । ପରିବାର ଲୋକେ ଧନେଶ୍ୱରକୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥାନାକୁ ଜଣାଇଥିଲେ । ପୁଲିସ ମେଡିକାଲରେ ଶବ ଜବତ କରିଛି । ଏଥିନେଇ ପରିବାର ପକ୍ଷରୁ କୌଣସି ରିପୋର୍ଟ ହୋଇ ନଥିବାରୁ ଅପମୃତ୍ୟୁ ମାମଲା ଋଜୁ ହୋଇପାରି ନାହିଁ । ବ୍ୟବଚ୍ଛେଦ ପାଇଁ ଶବ ଭଦ୍ରକ ପଠାଯାଇ ପାରି ନାହିଁ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।