Home ଜିଲ୍ଲା ପରିକ୍ରମା ନଦୀଗାଁ – ଫଳପୁର ରାସ୍ତା ବିପର୍ଯ୍ୟସ୍ତ, ମରାମତି ନାମରେ ଟଙ୍କା ହରିଲୁଟ

ନଦୀଗାଁ – ଫଳପୁର ରାସ୍ତା ବିପର୍ଯ୍ୟସ୍ତ, ମରାମତି ନାମରେ ଟଙ୍କା ହରିଲୁଟ

5
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଂଚଳ ରାସ୍ତା ର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରକୃତପକ୍ଷେ ତାହା ସଫଳ ହେଉନି। ଠିକାଦାର ଓ ଯନ୍ତ୍ରୀ ଙ୍କ ସଲାଶୁତରା ରେ ସରକାରୀ ଟଙ୍କା ବାଟବଣା ହେଉଚି।ସୂଚନା ଥାଉକି ଧାମନଗର ଠାରୁ ଫଳପୁର ୭ କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ୨୦୦୬ ଉକ୍ତ ରାସ୍ତା ନିର୍ମାଣ ଆରମ୍ଭ ହୋଇ ଥିଲେ ସୁଧା ୨୦୨୫ ଶେଷ ହେବା କୁ ବସିଲାଣି ଏ ଯାଏ କାର୍ଯ୍ୟ ସରି ନଥିବା ବେଳେ ବର୍ଷକୁବର୍ଷ ମରାମତି ନାମରେ ଲକ୍ଷଲକ୍ଷ ଟଙ୍କା ହରି ଲୁଟ୍ ହେଉଚି।ସେହିପରି ଫଳପୁର ଠାରୁ ନଦୀଗାଁ ଗ୍ରାମ ଉନ୍ନୟନ ରାସ୍ତା ଟି ପୁରା ବିପର୍ଯ୍ୟସ୍ତ ହୋଇପଡ଼ିଛି।ନଦୀଗାଁ ଠାରୁ ଧାମନଗର ଭାୟା ଫଳପୁର ଦେଇ ଦୈନିକ ଶହଶହ ଲୋକ ଯାତାୟାତ କରୁଥିବାଶହ ଏଠାରୁ ଧାମନଗର,ଭଦ୍ରକ,କେଉଝର୍ ଓ ଭୁବନେଶ୍ୱର କୁ ଯାତ୍ରୀ ବାହି ବସ ଯାତାୟାତ କରେ।ଏପରି କି ସରକାର ଙ୍କ ତରଫରୁ ବ୍ଲକ ହେଡକ୍ୱାଟର କୁ ଯିବା ପାଇଁ ଲକ୍ଷ୍ମୀ ବସ ଯାତାୟାତ କରିଥାଏ । ମାତ୍ର ରାସ୍ତା ସାରା ଖାଲ ହୋଇ ଥିବାରୁ ବସ ବନ୍ଦ ହୋଇ ଯାଇଛି । ଲୋକ ମାନେ ଯାତାୟତରେ ଘୋର ଅସୁବିଧା ଦେଖା ଦେଇଛି।ବିଭିନ୍ନ ସମୟରେ ଦୃଘଟଣା ଘଟୁଛି।ତେବେ ଏ ଦିଗରେ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ସ୍ଥାନୀୟ ଲୋକ ଦାବୀ କରିବାପରେ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ବିଭାଗୀୟ ଅଧିକାରି ଙ୍କୁ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳପୁର ଠାରୁ ନଦୀଗାଁ ରାସ୍ତାରେ ତିନି ଦିନ ତଳେ ମରାମତି କରା ଯାଇଚୀ। ଜାହା ଅତି ନିମ୍ନ ମାନର। କେଉଁଠି ନାଲି ମାଟି ତ କେଉଁଠି ଡଷ୍ଟ ପକାଇ ଦେଇ ଛନ୍ତି।ଅନେକ ଗାଡ ମଧ୍ୟ ଠିକାଦାର ପୋତି ନାହାନ୍ତି।ମାତ୍ର ରାସ୍ତାର ପୁର୍ବ ଅବସ୍ଥା ରହିଛି । ହେଲେ ମରାମତି ନାମ ରେ ଠିକାଦାର ଟଙ୍କା ହରିଲୁଟ ପାଇଁ ଉଦ୍ୟମ କରୁଛନ୍ତି। ଏଦିଗରେ ବିଭାଗୀୟ କନିଷ୍ଟଯନ୍ତ୍ରୀ ଙ୍କ ଶହ ଯୋଗା ଯୋଗକରିଥିଲୁ ସେ କହିଥିଲେ ଘଟଣା ଟି ର ତଦନ୍ତକରି ଅବଶିଷ୍ଟ କାମକରି ଦିଆଯିବ ବୋଲି କହିଥିଲେ। ତେବେ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଥିବା ବେଳେ ଠିକାଦାର ମରାମତି ନାମରେ ନିମ୍ନମାନର କାମ କରିବା ସଧାରଣରେ ଅସନ୍ତୋଷ ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.