Home ଜିଲ୍ଲା ପରିକ୍ରମା ନଦୀଗାଁ ପଂଚାୟତ ବିଜେଡି ସଭାପତି ହରିହର ସାହୁ ଦଳ ଛାଡିଲେ

ନଦୀଗାଁ ପଂଚାୟତ ବିଜେଡି ସଭାପତି ହରିହର ସାହୁ ଦଳ ଛାଡିଲେ

9

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ନଦିଗାଁ ଗ୍ରାମ ପଂଚାୟତର ବିଜୁ ଜନତା ଦଳ ର ସଭାପତି ହରିହର ବେହେରା ଦଳରୁ ଇସ୍ତଫା ଦେଇଛନ୍ତି ।ତାଙ୍କର ଇସ୍ତଫା ପତ୍ରକୁ ବ୍ଲକ ସଭାପତି ପ୍ରତାପ ସାମଲ ଙ୍କ ନିକଟ ପଠାଇଛନ୍ତି ।ଶ୍ରୀ ବେହେରା ପ୍ରତିକ୍ରିୟାରେ କହିଛନ୍ତି, “ଧାମନଗର ବିଜେଡ଼ି ଏବେ କେବଳ ଜଣେ ବ୍ୟକ୍ତିଙ୍କ ଇଚ୍ଛାରେ ଚାଲୁଛି । ବରିଷ୍ଠ ନେତୃତ୍ୱ ଙ୍କୁ ଅଣଦେଖା କରାଯାଉଛି ।” ତାଙ୍କର ଏହି ଅଭିଯୋଗରୁ ସ୍ପଷ୍ଟ, ଦଳର ଅଭ୍ୟନ୍ତରୀଣ ଅସନ୍ତୋଷ ଏବେ ପ୍ରକାଶ୍ୟ ହୋଇପାରିଛି । ସ୍ଥାନୀୟ କାର୍ଯ୍ୟ କର୍ତା ମାନଙ୍କ ମଧ୍ୟରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଯାଉଛି । ଦଳୀୟ ଅସନ୍ତୋଷ, ନେତୃତ୍ୱ ସମ୍ପର୍କୀୟ ଅଭିଯୋଗ, ଏବଂ ସ୍ଥାନୀୟ ସ୍ତରରେ ଅଣଦେଖା କରାଯାଇଥିବାର ଅଭିଯୋଗ ବଢ଼ିଛି ।ଶ୍ରୀ ବେହେରାଙ୍କ ଇସ୍ତଫା ଦଳରେ ନୂତନ ଚର୍ଚ୍ଚାର ସୃଷ୍ଟି କରିଛି ।ସ୍ଥାନୀୟ ସମର୍ଥକମାନଙ୍କ ମଧ୍ୟରେ ଏହାର ପ୍ରଭାବ ପଡ଼ିବା ସ୍ପଷ୍ଟ । ଶ୍ରୀ ବେହେରା ତାଙ୍କ ବାସ ଭବନ ରେ ପ୍ରେସ ବାର୍ତା ରେ ସାମ୍ବାଦିକ ଙ୍କୁ ସୁଚନା ଦେଇଚନ୍ତି ଯେ ସମାଜ ସେବା ପାଇଁ ଯେଉଟି ରହି ଲୋକଙ୍କ ସେବା କରି ହେବ ବୋଲି ସେ କହିଥିଲେ । ଶ୍ରୀ ବେହେରା କିଛି ଦିନ ହେବ ନିଷ୍କ୍ରିୟ ଥିଲେ ଦଳ ରେ ରହି ବିଭିନ୍ନ ସମୟରେ ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ ,ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଉନଥିଲେ । ଶ୍ରୀ ବେହେରା ତାଙ୍କର ଇସ୍ତଫା ପତ୍ର ମୁଁ ପାଇଛି ତେବେ ସେ ଦଳ ଛାଡି ବିଜେଡି ର୍ଗ କୌଣସି କ୍ଷତି ହେବ ନାହିଁ ବରଂ ନଦୀଗାଁ ରେ ବିଜେଡି ମଜବୁତ ହେବ ବୋଲି ବିଜେଡ଼ି ବ୍ଳକ୍ ସଭାପତି ପ୍ରତାପ ସାମଲ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.