ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନଟରାଜ ନାଟ୍ୟ ଅନୁଷ୍ଠାନ ର ବାର୍ଷିକ ବନ୍ଧୁ ମିଳନ ଓ ଆଗାମୀ ନାଟକ ମହୋତ୍ସବ ର ପ୍ରସ୍ତୁତି ପାଇଁ ଏକ ସମାବେଶ ନଳାଙ୍ଗ ଝାଉଁ ବଣ ଠାରେ ଅନୁଷ୍ଠିତ ହୋଇଛି । ଆଗାମୀ ୨୦୨୫ ବର୍ଷ ରେ ଫେବୃଆରୀ ୧୩/୧୪/୧୫/୧୬ ରେ ନାଟକ ମହୋତ୍ସବ ଅନୁଷ୍ଠିତ ହେବାର ସର୍ବ ସମ୍ମତି ରେ ସ୍ଥିରୀକୃତ ହେଲା । ଏଥର ଉଦଘାଟନୀ ଉତ୍ସବ ରେ ନଟରାଜ ନିଜେ “ଅଶ୍ୱମେଧ ର ଘୋଡା” ନାଟକ ପରିବେଷଣ କରିବ ତତସହିତ ଭୁବନେଶ୍ୱର, ରାଉରକେଲା ଓ ଢ଼େଙ୍କାନାଳ ରୁ ଆସୁଥିବା ନାଟ୍ୟ ଅନୁଷ୍ଠାନ ମାନ ରାଜ୍ୟ ସ୍ତର ରେ ପୁରସ୍କୃତ ନାଟକ ମାନ ଭଦ୍ରକ ର ନାଟ୍ୟ ପ୍ରାଣ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରିବେ । ଏହି ସମାବେଶ ରେ ଜିଲ୍ଲା ର ସମସ୍ତ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ର କର୍ମକର୍ତା ଓ ପ୍ରମୁଖ ନାଟ୍ୟ ମଂଚ କଳାକାର ମାନେ ଉପସ୍ଥିତ ଥିଲେ। ଏଥିରେ ବକ୍ତା ମାନେ ମଂଚ ନାଟ୍ୟ ପରମ୍ପରା କ୍ରମଶଃ ଲୋପ ପାଇ ଯାଉ ଥିବା ବେଳେ, ଏହାକୁ ବଂଚାଇବା ପାଇଁ ଭଦ୍ରକ ର ନଟରାଜ ନାଟ୍ୟ ଅନୁଷ୍ଠାନ ସଦା ସର୍ବଦା ଚେଷ୍ଟିତ ବୋଲି ମତ ପ୍ରକାଶ ପାଇଥିଲା । ଏଥିରେ ସହଯୋଗ କରିବା ପାଇଁ ଭଦ୍ରକ ର ନାଟ୍ୟ ପ୍ରେମୀ ଜନସାଧାରଣ ଆଗେଇଆସିବା ଆସିବା ଉଚିତ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ । ରାଜନୈତିକ ନେତା ତଥା ଜିଲ୍ଲା ପ୍ରଶାସନ ର ସହଯୋଗ ଏହି ପରମ୍ପରା ର ଉତାନ ପାଇଁ ଏକାନ୍ତ କାମ୍ୟ ବୋଲି ସେହି ବୈଠକ ରେ ସଭ୍ୟ ମାନେ କହିଥିଲେ । ଉଦଘାଟନୀ ଉତ୍ସବ ରେ ଭଦ୍ରକ ରୁ ହୋଇଥିବା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ମୁଖ୍ୟ ଅତିଥି ହେବାର ସର୍ବ ସମ୍ମତି ରେ ସ୍ଥିରୀକୃତ ହେଲା । ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ ଓ ତାଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେବାର ସ୍ୱୀକାର୍ଯ୍ୟ ଆହାରଣ କରିବାର ଦାୟିତ୍ୱ ସଭାପତି ଙ୍କ ଉପରେ ନ୍ୟସ୍ତ କରାଗଲା । ସେହିପରି ଅନ୍ୟ ଦିନ ମାନଙ୍କରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ତଥା ପ୍ରାକ୍ତନ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ , ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଓ ପ୍ରାକ୍ତନ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲଙ୍କୁ ଅତିଥି ଭାବେ ନିମନ୍ତ୍ରଣ ଓ ସହମତି ଆହାରଣ ପାଇଁ ବିଭିନ୍ନ ସଭ୍ୟ ମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଗଲା । ପରିଶେଷରେ ଅନୁଷ୍ଠାନ ର ସଭାପତି ଡକ୍ଟର ସୁଧାଂଶୁ ନାୟକ ଓ ଉପସଭାପତି ଶିବ ପ୍ରସାଦ ମହାନ୍ତି ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ପରିଡା ଏହି ନାଟକ ମହୋତ୍ସବ ର ସଫଳତା ଭଦ୍ରକ ର ନାଟ୍ୟ ପ୍ରାଣ ଦର୍ଶକ ଙ୍କ ଉପରେ ନିର୍ଭର କରେ ଏବଂ ଦର୍ଶକ ମାନଙ୍କୁ ପୂର୍ଣ୍ଣ ପ୍ରେକ୍ଷାଳୟ ରେ ଉପସ୍ଥିତ ରହି ଏହି ଉଚ୍ଚ କୋଟି ର ପୁରସ୍କୃତ ନାଟକ ଗୁଡିକୁ ଉପଭୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବର୍ଷ “ନାଟକ ଦେଖନ୍ତୁ ଓ ପୁରସ୍କାର ଜିତନ୍ତୁ” ପରି ଏକ କାର୍ଯ୍ୟକ୍ରମ କେବଳ ଦର୍ଶକ ମାନଙ୍କ ପାଇଁ ରହିବ ବୋଲି ଅନୁଷ୍ଠାନ ର ଉପଦେଷ୍ଠା ଡକ୍ଟର ଅଟଳ ବିହାରୀ ନାୟକ ଘୋଷଣା କରିଥିଲେ । ବୈଠକ ଶେଷ ରେ ନାଟ୍ୟ ଅନୁଷ୍ଠାନ ର କର୍ମୀ ମାନେ ନାଚ ଗୀତ ରେ ମସଗୁଲ ହୋଇ ବଣ ଭୋଜି କରିଥିଲେ ଏବଂ ଅନୁଷ୍ଠାନ ର ପରାମର୍ଶଦାତା ଲଲାଟେନ୍ଦୁ ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।