Home ଜିଲ୍ଲା ପରିକ୍ରମା ନଛିପୁର ସୁଧାନନ୍ଦ ଇଞ୍ଜିନିୟରିଂ କଲେଜରେ ନୟାଗଡ଼ ଛାତ୍ରୀଙ୍କ ସୁନାମୁଦି ଚୋରୀ

ନଛିପୁର ସୁଧାନନ୍ଦ ଇଞ୍ଜିନିୟରିଂ କଲେଜରେ ନୟାଗଡ଼ ଛାତ୍ରୀଙ୍କ ସୁନାମୁଦି ଚୋରୀ

98

ନୟାଗଡ଼, ୧୩ା୧୧(ଓଡ଼ିଆ ପୁଅ): ସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ସବୁବେଳେ ଅହରହ ଚିନ୍ତା କରିଆସିଛନ୍ତି। ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ବୋଲି କହିବା ସହିତ ସେମାନଙ୍କର ଟିକେବି କିଏ ଅସୁବିଧା କଲେ ସେମାନଙ୍କୁ ଉଚିତ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି। ଏପରିକି ସେମାନଙ୍କର ସବୁ ପ୍ରକାର ସୁବିଧା ଓ ସୁରକ୍ଷା ପାଇଁ ଉଦ୍ୟମବି କରି ଆସିଛନ୍ତି। ପରୀକ୍ଷା ସମୟରେ ଛାତ୍ରଛାତ୍ରମାନେ ଶୃଙ୍ଖଳାର ସହିତ ପରୀକ୍ଷା ଦେବାପାଇଁ ଏବଂ ଅନିୟମିତତା ପାଇଁ ସିସି କ୍ୟାମେରା ଲଗେଇବାର ବି ବ୍ୟବସ୍ଥା କରିଛନ୍ତି। ହେଲେ ସରକାରଙ୍କ ସବୁ ନୀତି ନିୟମକୁ ଫୁ କରି ଉଡ଼େଇ ଦେଇ ଖୋର୍ଦ୍ଧା ଜିଲା କଟକସଦର ଥାନା ନଛିପୁର ସୁଧାନନ୍ଦ ଗ୍ରୁପ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ ଛାତ୍ରଛାତ୍ରୀମାନଙ୍କ ମାନସିକ ତଥା ସେମାନଙ୍କ ଭବିଷ୍ୟତ ସହିତ ଖେଳୁଥିବା ଦେଖିବାକୁ ମିଳିଛି। ଏହି ଇଞ୍ଜିନିୟରିଂ କଲେଜରେ ସବୁବେଳେ ବିଭିନ୍ନ ପ୍ରକାର ଅରାଜକତା, ବିଶ୍ୱଙ୍ଖଳା, କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିବାବେଳେ ତାହାର ଜ୍ୱଳନ୍ତ ପ୍ରମାଣ ଏବେ ସେଠାରେ ଚାଲିଥିବା ପ୍ରବେଶିକା ସିଟି ପରୀକ୍ଷାରୁ ଜଣାପଡ଼ିଛି। ଏହି ଇଞ୍ଜିନିୟରିଂ କଳେଜରେ ପ୍ରବେଶିକା ସିଟି ପରୀକ୍ଷା ଚାଲିଥିବାବେଳେ କଲେଜ ପରିସରସ୍ଥ ଗୃହରୁ ନୟାଗଡ଼ ଜିଲାର ଜନୈକା ଛାତ୍ରୀଙ୍କ ସୁନାମୁଦି ଚୋରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରବେଶିକା ସିଟି ପରୀକ୍ଷା ଦେବାପାଇଁ ଏହି ଇଞ୍ଜିନିୟରିଂ କଲେଜ ସେଂଟର ହୋଇଥିବାବେଳେ ନୟାଗଡ଼ ଜିଲାର ପରୀକ୍ଷାର୍ଥୀମାନେ ଏଠାରେ ପରୀକ୍ଷା ଦେଇଥିଲେ। ନୟାଗଡ଼ ଜିଲାର ଦୂରଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀମାନେ ୨ଶହ କିଲୋମିଟର ଯାଇ ପରୀକ୍ଷା ଦେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ଉଠିଛି। ତେବେ ନୟାଗଡ଼ ଜିଲା ସଦରଥାନା କ୍ରିଦାଶପୁର ପଂଚାୟତର କଂଚନବିଲି ଗ୍ରାମର ଜନୈକା ଛାତ୍ରୀ ଇପ୍‌ସା ପ୍ରଧାନ ( ରୋଲନମ୍ବର ୩୦୪୩୦୯୧୪୮୦ ) ଗତ ୯ତାରିଖରେ ଏହି ଇଞ୍ଜିନିୟରିଂ କଳେଜକୁ ପ୍ରବେଶିକା ସିଟି ପରୀକ୍ଷା ଦେବାକୁ ଯାଇଥିଲେ। ନିୟମ ଅନୁସାରେ ପରୀକ୍ଷା ଦେବାପାଇଁ ସକାଳ୧୧ଟାରେ ରିପୋଟିଂ କରିଥିଲାବେଳେ ୧୧ଟା ୫୦ରେ କ୍ଳୋଜ ଟାଇମ୍ ରହିଥିଲା ଏବଂ ପରୀକ୍ଷା ସମୟ ୧୨ଟାରୁ ୧.୩୦ ରହିଥିଲା। ପରୀକ୍ଷାର୍ଥୀମାନେ ପରୀକ୍ଷା ସେଂଟର ଭିତରକୁ ପ୍ରବେଶ କରିବା ପରେ ଆଗୁଆ ନିର୍ଦ୍ଦେଶ ନଦେଇ ପରୀକ୍ଷାର୍ଥୀଙ୍କୁ ମୁଦି, ଚେନ ଆଦି ପରୀକ୍ଷା ଗୃହର ପାଖରେ ଥିବା ଆଉ ଏକ ଗୃହର ବେଂଚ ଉପରେ ରଖିଦେବାକୁ କୁହାଯାଇଥିଲା। ହେଲେ ସୁନା ମୁଦି, ଚେନ ଆଦି ଏଠାରେ ପରୀକ୍ଷାର୍ଥୀମାନେ ବିନା ସୁରକ୍ଷାରେ କେମିତି ରଖିବେ କହିବା ପରେ ସିସି ଟିଭି ଲାଗିଛି କିଛି ଅସୁବିଧା ନାହିଁ ବୋଲି କଲେଜ ପକ୍ଷରୁ କୁହାଯାଇଥିଲା। ପରେ ପରୀକ୍ଷାର୍ଥୀମାନେ ବିନା ଦ୍ୱନ୍ଦ୍ୱରେ ପରୀକ୍ଷା ଦେଇଥିଲେ। ହେଲେ ପରୀକ୍ଷା ଦେଇ ସେଂଟର ମଧ୍ୟରୁ ବାହାରକୁ ବାହାରି ନିଜ ଜିନିଷ ନେବାକୁ ଗଲାବେଳକୁ ପରୀକ୍ଷାର୍ଥୀ ଇପ୍‌ସା ପ୍ରଧାନଙ୍କ ୩ ଗ୍ରାମର ସୁନାମୁଦିଟି ନଥିଲା। ଫଳରେ ଇପ୍‌ସା ନିଜ ସୁନାମୁଦିଟି ଚୋରୀ ହୋଇଯାଇଥିବା ଜାଣି ସେଠାରେ ବସି କାନ୍ଦି କାନ୍ଦି ଯାଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ହତା ବାହାରେ ଅପେକ୍ଷା କରିଥିବା ଇପ୍‌ସାର ଭାଇ ଏ ଖବର ପାଇ କଲେଜ କର୍ତ୍ତୃପକ୍ଷଙ୍କ ଏହି ସବୁ ବିଷୟରେ ଅବଗତ କରିବା ପରେ ସେ ଏହାକୁ କୌଣସି ଗୁରୁତ୍ୱ ଦେଇନଥିଲେ। ଏହି କଥା ଜଣାପଡ଼ିଲା ପରେ ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଥିଲେ ସେମାନଙ୍କ ଅଭିାଭାବକ, ପରୀକ୍ଷାର୍ଥୀ ଓ ବାହାରେ ଥିବା କିଛି ଲୋକ କଲେଜର ଦାୟିତ୍ୱହୀନତା ଯୋଗୁଁ ଏମିତି ହେଉଛି ବୋଲି କହିବା ସହିତ ହୋହଲ୍ଳା କରିଥିଲେ। ଫଳରେ ଶେଷ ମୁହୁର୍ତ୍ତରେ ସିସି ଟିଭି ଦେଖି କହିବେ ବୋଲି କହିଥିଲେ। ପରୀକ୍ଷାର୍ଥୀ ଇପ୍‌ସା ଓ ତାଙ୍କ ଭାଇଙ୍କୁ ସନ୍ଧ୍ୟା ୭ଟା ଯାଏ ଅପେକ୍ଷା କରିବାକୁ କହି ଆଉ ସିସି ଟିଭି ଦେଖିନଥିଲେ। ଫଳରେ ଇପ୍‌ସା ଓ ତାଙ୍କ ଭାଇ କାନ୍ଦି କାନ୍ଦି ସିସି ଟିଭି ଲଗେଇ ଦେଖନ୍ତୁ ବୋଲି ଯେତେ ଗୁହାରି କଲେ ମଧ୍ୟ କର୍ତ୍ତୃପକ୍ଷ ସିସି ଟିଭି ଦେଖିନଥିଲେ ବରଂ ଆଶାଳୀନ ବ୍ୟବହାର କରି ଫେରାଇ ଦେଇଥିଲେ। ଫଳରେ ଇପ୍‌ସା ବାଲିଅନ୍ତା ନଛିପୁରରୁ ନୟାଗଡ଼ ୨ଶହ କିଲୋମିଟର ମାନସିକ ଭାରସାମ୍ୟ ହରାଇ ଫେରି ଏବିଷୟରେ ଘରେ ଜଣାଇଥିଲେ। ଏକଥା ଜଣାପଡ଼ିବା ପରେ ନଛିପୁର ଠାରୁ ନୟାଗଡ଼ ସବୁଠି କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା, ଖାମଖିଆଲି ଏବଂ ବିନା ସୁରକ୍ଷାରେ ଏଠାରେ କିପରି ପରୀକ୍ଷା ସେଟଂର କରାଯାଉଛି ବୋଲି ଆଲୋଚନା ହେଉଛି। ଏନେଇ ଇପ୍‌ସାଙ୍କ ପିତା ସୁରେନ୍ଦ୍ର ନାଥ ପ୍ରଧାନ କଟକ ସଦର ଥାନାରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.