Home ଜିଲ୍ଲା ପରିକ୍ରମା ନକ୍ସା ଅଙ୍କନକାରୀ ନଥିବାରୁ ହୋଇପାରୁନି ନୂତନ ରାଜସ୍ୱ ଗ୍ରାମ କାର୍ଯ୍ୟ

ନକ୍ସା ଅଙ୍କନକାରୀ ନଥିବାରୁ ହୋଇପାରୁନି ନୂତନ ରାଜସ୍ୱ ଗ୍ରାମ କାର୍ଯ୍ୟ

13

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ତହସିଲ ଅଧୀନ କୁବେରା ଗ୍ରାମ ପଂଚାୟତ ସ୍ଥିତ କୁବେରା ମୌଜାର ଇଟାଗଡି ଏକ ନୂତନ ମୌଜା ଭାବେ ଓଡ଼ିଶା ସରକାର ଙ୍କର ରାଜସ୍ୱ ପରିଷଦ, କଟକ ଙ୍କ ଚିଠି ନଂ ୨୦୩୬ତା ୧୭-୫-୧୯ ଅନୁଯାୟୀ ଘୋଷଣା କରାଯାଇ ଜିଲ୍ଲାପାଳଙ୍କୁ ଚିଠି ହୋଇଥିଲା। ମାତ୍ର କିଛିବର୍ଷ ବିତିଯାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂତନ ମୌଜା ଇଟାଗଡି ଗ୍ରାମର ନକ୍ସା ପ୍ରସ୍ତୁତ ହୋଇ ପାରୁ ନାହିଁ। ଫଳରେ କୁବେରା ଓ ଇଟାଗଡି ଗ୍ରାମର ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଜମି କିଣା ବିକା ହୋଇ ପାରୁ ନାହିଁ କି ଖତିୟାନ ସଂଶୋଧନ ହୋଇପାରୁ ନାହିଁ। ବାରମ୍ବାର ତିହିଡି ତହସିଲଦାରଙ୍କୁ ଜଣାଯାଇଥୀଲେ ମଧ୍ୟ ଏହାର ପ୍ରତିକାର ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ। ନକ୍ସା ଅଙ୍କନକାରୀ ନିଯୁକ୍ତ ହେଉନଥିବାରୁ ରାଜସ୍ୱ ଗ୍ରାମ କାର୍ଯ୍ୟ ହୋଇ ପାରୁନାହିଁ। ନୂତନ ରାଜସ୍ୱ ଗ୍ରାମ ସୃଷ୍ଟି କରିବା ପାଇଁ ସରକାର ଘୋଷଣ କରୁଛନ୍ତି, ମାତ୍ର ତାହା କାର୍ଯ୍ୟରେ ପରିଣତ କରିବାକୁ ଉପଯୁକ୍ତ ପଦକ୍ଷେପ ନେବାକୁ ତତ୍ପର ହେଉ ନାହାନ୍ତି। ତେବେ ତୁରନ୍ତ ନକ୍ସା ଅଙ୍କନକାରୀ ନିଯୁକ୍ତି ଦେଇ ନୂତନ ରାଜସ୍ୱ ଗ୍ରାମ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଗ୍ରାମବାସୀମାନେ ରାଜସ୍ୱମନ୍ତ୍ରୀଙ୍କୁ ନିବେଦନ କରିଥିବା ଜଣାଯାଇଛି। ଏଥି ସହିତ ତିହିଡ଼ି ତହସିଲ ଅଧୀନରେ ନୂତନ ରାଜସ୍ୱ ଗ୍ରାମର ମାନ୍ୟତା ପାଇଥିବା ଆହୁରି କେତେକ ଗ୍ରାମର କାର୍ଯ୍ୟ ହୋଇପାରୁନଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.