Home ଜିଲ୍ଲା ପରିକ୍ରମା ନକଲି ସାମ୍ବାଦିକ ଦୌରାତ୍ମ୍ୟ ପ୍ରତିବାଦରେ ସାମ୍ବାଦିକ ସମ୍ମେଳନୀ

ନକଲି ସାମ୍ବାଦିକ ଦୌରାତ୍ମ୍ୟ ପ୍ରତିବାଦରେ ସାମ୍ବାଦିକ ସମ୍ମେଳନୀ

25

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ ପଞ୍ଚାୟତ ଅଞ୍ଚଳରେ ସାମ୍ବାଦିକ ନାମରେ ଦୌରାତ୍ମ୍ୟ ସୃଷ୍ଟି କରୁଥିବା ପ୍ରତିବାଦରେ ଆଜି ସମ୍ମାଦିକ ସମ୍ମେଳନୀରେ ଅଭିଯୋଗ ହୋଇଛି । ନାଟ୍ୟକାର ଅରୁଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମେଳନୀରେ ପୂର୍ବତନ ସରପଞ୍ଚ ତଥା ସରପଞ୍ଚ ପ୍ରତିନିଧି ଜଗବନ୍ଧୁ ଦାସ, ସମିତି ସଦସ୍ୟ ଜଗତଜୀବନ ବାରିକ, ୱାର୍ଡ ସଦସ୍ୟା ନମିତା ମଲ୍ଲିକ, ବଳରାମ ରାଉତ, ଶଶିକାନ୍ତ ଦାସ, ବାସୁଦେବ ଧଳ, ସୁଶାନ୍ତ ରାଉତ, ବିଜୟ ରାଉତ, ଭାସ୍କର ମୁଦୁଲି, ରତ୍ନାକର ଭୂୟାଁ, ଉଦୟ ଜେନା, ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଯୋଗଦେଇ ଶରଦପୁର ଗ୍ରାମର ଜନୈକ ସ୍ୱଦେଶ ପରିଡା ନିଜକୁ ସାମ୍ବାଦିକ କହି ଠକାଦାର, ସରକାରୀ ଯନ୍ତ୍ରୀ, ଅଧିକାରୀଙ୍କୁ ବ୍ଲାକମେଲ କରିବା ସହ ଅର୍ଥ ଆଦାୟ କରିବା ଅଭିଯୋଗ କରିଥିଲେ । ଏପରିକି ଘରୋଇ କଳିରେ ହସ୍ତକ୍ଷେପ କରି ସାମାଜିକ ଗଣମାଧ୍ୟମରେ ନାନା ମନ୍ତବ୍ୟ ଦେବା ଓ ପ୍ରତିବଦଳରେ ଅର୍ଥ ଆଦାୟ କରିବା ଅଭିଯୋଗ କରିଥିଲେ । ଏହାଦ୍ୱାରା ସାଧାରଣ ଲୋକେ ଭୟଭୀତ ହେବା ସହ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.