ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏ ଅଟୋ ଡ୍ରାଇଭର ସାରେ ଡାକୁଛନ୍ତି । କଣ ଶୁଭୁନି ଏଇଠି ଠିଆ ହୋଇଥାଏ । ମାଡାମ୍ ଆପଣ କାହିଁକି ସୁନା ପିନ୍ଧିକି ଆସିଛନ୍ତି ଖୋଲନ୍ତୁ ଆଉ ରଖିଦିଅନ୍ତୁ । ଏଭଳି କହି ଲୁଟି ଚାଲିଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଭଦ୍ରକ ହେଡ୍ ପୋଷ୍ଟ ଅଫିସ୍ ଛକରେ ଥିବା ତେଲଟାଙ୍କି ସମ୍ମୁଖରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ଅନୁସାରେ ବାଲେଶ୍ୱର ଜିଲା ମଇତାପୁରର ନିରୋଦବାଳା ମହାନ୍ତି ଗାଁରୁ ଅଟୋ ଯୋଗେ ଭଦ୍ରକ ଆସିଥିଲେ । ଭୁବନେଶ୍ୱରରୁ ବସ୍ରେ ଆସୁଥିବା ପୁଅ ଓ ଝିଅକୁ ଘରକୁ ନେବା ପାଇଁ । ହେଡ୍ପୋଷ୍ଟ ଅଫିସ୍ ଛକରେ ଥିବା ତେଲ ଟାଙ୍କି ସମ୍ମୁଖରେ ଆମେ ପୋଲିସ୍ ଏବେ ଚେକିଂ ହେଉଛି, ସୁନା ଅଳଙ୍କାର ଓହ୍ଲାନ୍ତୁ, ନହେଲେ ୫୦ ହଜାର ଫାଇନ୍ ଦିଅନ୍ତୁ । ଏପରି କହି ୪ ଜଣ ଯୁବକ ଅଟୋରେ ବସିଥିବା ମହିଳାଙ୍କୁ ଦୁଇ ପଟରୁ ଘେରିବା ସହ ହାତରେ ପିନ୍ଧିଥିବା ଦୁଇ ଦୁଇ ଭରିର ସୁନା ଅଳଙ୍କାରକୁ ଛଡାଇଥିଲେ । ସେହିପରି ନିକଟରେ ଥିବା ଅନ୍ୟ ଦୁଇ ଜଣ ମଧ୍ୟ ମହିଳା ପିନ୍ଧିଥିବା ଅଢେଇ ଭରି ଓଜନର ହାରକୁ ମଧ୍ୟ ଲୁଟି ଫେରାର ହୋଇଯାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି । କିଛି ବୁଝି ଆଗରୁ ୪ ଲୁଟେରା ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ପରେ ଏନେଇ ମହିଳା ଜଣକ ନିକଟସ୍ଥ ସହରାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ସିସିଟିଭି ଯାଞ୍ଚ କରୁଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍ ।