Home ଓଡ଼ିଶା ନକଲି ବିଦେଶୀ ମଦ କାରାଖାନା ଠାବ ଜଣେ ଅଭିଯୁକ୍ତ ଗିରଫ ୨ ଲକ୍ଷ ଟଙ୍କାର ନକଲି...

ନକଲି ବିଦେଶୀ ମଦ କାରାଖାନା ଠାବ ଜଣେ ଅଭିଯୁକ୍ତ ଗିରଫ ୨ ଲକ୍ଷ ଟଙ୍କାର ନକଲି ମଦ ଓ ଯନ୍ତ୍ରାଂଶ ଜବତ

126

ନୟାଗଡ ୦୬/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଅନେକ ଦୀନହେଲା ନକଲି ବିଦେଶୀ ମଦ ବିକ୍ରୟ ହେଉଥିବାର ଅଭିଯୋଗ ହେଉଥିଲା। ଯାହାଫଳରେ ଅବକାରୀ ବିଭାଗର ଅନେକ ରାଜସ୍ୱ କ୍ଷତି ଓ ମଦ ମୁତ୍ୟୁ ଆଶଙ୍କା ନେଇ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ଚିନ୍ତାର କାରଣ ପାଲଟିଥିଲା। ଯାହାକୁ ନେଇ ଅବକାରୀ କମିଶନର ଆଶିଷ କୁମାର ସିଂ ଗୁଇନ୍ଦା ବିଭାଗକୁ ନଜର ରଖିବାପାଇଁ ନିର୍ଦେଶ ଦେଇଥିଲେ। କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ରଣପୁର ଅଂଚଳ ନକଲି ବିଦେଶୀ ମଦ କାରଖାନା ଓ ପରେ ତଥ୍ୟ ସଂଗ୍ରହ କରୁଥିଲେ। ଗତ ଫେବୃୟାରୀ ୫ ତାରିଖ ରାତ୍ରୀରେ ଗୁଇନ୍ଦା ସୂତ୍ରରୁ ଖବର ପାଇଲେ ଯେ ରଣପୁର ଥାନା ପିମ୍ପଲ ଗ୍ରାମରେ ନକଲି ମଦ କାରଖାନା ଚାଲିଛି। ତେଣୁ ରଣପୁର ଅବକାରୀ ଥାନା ଓ ରଣପୁର ଥାନାଙ୍କୁ ନେଇ ରାତ୍ରିରେ ପିମ୍ପଲ ଗ୍ରାମ ନକଲି ମଦ କାରଖାନା ଉପରେ ଚଢାଉ କରିଥିଲେ। କାରଖାନା ମାଲିକ ପ୍ରତାପ କୁମାର ସାମନ୍ତରାୟ (୩୩) କୁ ଗିରଫ କରିବା ସହ ବିଭିନ୍ନ କମ୍ପାନୀ ଲେବୁଲ୍ ମରାଥିବା ନକଲି ବିଦେଶୀ ମଦ, ମଦ ତିଆରୀ ପାଇଁ ବ୍ୟବହାର ହେଉଥିବା ସ୍ପିରିଟ୍, କାରାମେଲ୍, ବିଭିନ୍ନ ପ୍ରକାର ମଦର ସୁଗନ୍ଧି, ମଦ ବୋତଲ ସିଲ୍ କରିବା ମେସିନ୍‌ ଆଦି ଯନ୍ତ୍ରାଂଶ ଜବତ କରିଥିଲେ।

ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏଥିସହ ମଦ ଚାଲାଣ ପାଇଁ ରଖାଯାଇଥିବା ଓ ଡି ୦୨ ବି ଏଲ୍ ୩୭୬୩ ନମ୍ବର ବିଶିଷ୍ଟ ଏକ ଡାଲା ଅଟୋକୁ ଜବତ କରିଥିବା ଜଣାପଡିଛି। ଏତେ ପରିମାଣର ନକଲି ବିଦେଶୀ ମଦ ଜବତ ସହ କାରାଖାନା ଉପରେ ଚଢାଉ ରଣପୁର ଅଂଚଳରେ ପ୍ରଥମ ଘଟଣା। ଏହି ଚଢାଉରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରବିର କୁମାର ସାମଲ, ଅବକାରୀ ଉପ ନିରୀକ୍ଷକ ସୈାମ୍ୟ ରଞ୍ଜନ ସିଂଭୋଇ, ଅତିରିକ୍ତ ଅବକାରୀ ଉପ ନିରୀକ୍ଷକ ଗୋଖେନ୍ଦ୍ର ପରିଡା, ରଣପୁର ଅବକାରୀ ଥାନା ଉପ ନିରୀକ୍ଷକ ଶୁଶାନ୍ତ କୁମାର ମହାପାତ୍ର, ଅତିରିକ୍ତ ଅବକାରୀ ଉପ ନିରୀକ୍ଷକ ସୁବାଷ ଚନ୍ଦ୍ର ସେଠି, ରୁଦ୍ର ଚରଣ ମହାପାତ୍ର, ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି, ରଣପୁର ଥାନା କର୍ମଚାରୀ ଓ ରଣପୁର ଅବକାରୀ ଥାନା ମହିଳା ଓ ପୁରୁଷ କନେଷ୍ଟବଳ ଯୋଗ ଦେଇଥିଲେ। ଅଭିଯୁକ୍ତକୁ ଅଦାଲତ ଚାଲାଣ କରିବା ପରେ ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ମଦ କାରଖାନାର ମାଷ୍ଟର ମାଇଣ୍ଡକୁ ଏବେବି ଖୋଜା ଚାଲିଛି। ଏହି ନକଲି ମଦ କାରଖାନା ଉପରେ ଚଢାଉ ଯୋଗୁଁ ଆଗାମୀ ନିର୍ବାଚନରେ ମଦ ମୁତ୍ୟୁ ଆଶଙ୍କାକୁ ଏଡାଇ ଦିଆଯାଇ ପାରିଛି ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.